STORYMIRROR

Mr.Siddheswar Behera

Romance

3  

Mr.Siddheswar Behera

Romance

ସୁର ସାର୍

ସୁର ସାର୍

1 min
32

ଦେଖିଲି ମୁଁ ଝିଅଟିଏ ସୁନ୍ଦର ଚେହେରା ତାର

ଗୋଲାପି ଶାଢୀରେ ଦିଶୁଥିଲା ଅତି ସୁନ୍ଦର।। 


ଯାଉଥିିିିଲା ସିଟିି ସ୍କୁଲକୁ କାନ୍ଧରେ ଭ୍ୟାନିଟି ଧରିି 

ଲାଗୁଥିଲା ଚିହ୍ନା ଚିହ୍ନା ଆଗରୁ ଦେଖିଲା ପରି ।।


ଗେଟ୍ ପାଖରେ ଥାଇ ଭାବୁଥିଲି ମୁଁ କିଛି 

ପଛରୁ ଶୁଭିଲା ଶବ୍ଦ ସୁୁୁର ସାର୍ ଭଲ ଅଛନ୍ତି।। 


ପଛକୁ ବୁଲି ମୁଁ ଦେଖେ ସେ ଆମ ଝିଲିମିଲି 

କଥାା କଥାରେ ସେ ହସେ ତାକୁ ବୁଝିବା ମୁସ୍କିଲ।। 


ଆଖିିିିରେ ଥିଲା ତାର କଜଳର ଗାାର 

ଓଠରେ ଥିଲା ତାର ଲିପ୍ ଷ୍ଟିକ୍ ର ଧାର ।।


ହସରେ ଥିଲା ତାର ଏ କି ପ୍ରକାର ଠାର 

ମୋ ପାଇଁ ବୁଝିବା ଥିଲା କଷ୍ଟକର ବ୍ୟାପାର।। 


କହିିିିଲା ମୋତେ ପୁଅ ହୋଇ ଏତିକି ପାରୁନ ବୁଝି 

ଝିଅ ହୋଇ ମୁଁ ତୁମକୁ କେମିତି ବୁଝାଇବି ।।


ନଥିିିିଲା ମୋ ପାଖରେ ତା ପ୍ରଶ୍ନର ଉତ୍ତର

ଅବା ମନେ ଭୟ ଥିଲା କାଳେ କରିଦେବ ପର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance