Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Classics Inspirational

4.0  

Prahallad Sahoo

Abstract Classics Inspirational

ସୁର ମୁନି ଜନ ବନ୍ଦିତ ବିଘ୍ନେଶ

ସୁର ମୁନି ଜନ ବନ୍ଦିତ ବିଘ୍ନେଶ

1 min
202



ଜୟ ଜୟ ପ୍ରଭୁ ବିଘ୍ନ ବିନାଶନ 

  ଦିଅ ପ୍ରଭୁ ଦିବ୍ୟ ଜ୍ଞାନ  

ତବ ପାଦପଦ୍ମରେ ଦେଇ ଶରଣ

  ଦୂରିତ କର ଅଜ୍ଞାନ ।


ମଙ୍ଗଳ କର୍ମେ ପ୍ରଭୁ ମହା ବିଭୂତି

  ବକ୍ରତୁଣ୍ଡ ମହାକାୟ

ମଙ୍ଗଳ ମୟ ବିଭୁ ଶ୍ରୀଗଣପତି 

  ରଖିବ ପ୍ରଭୁ ସଦୟ ।


ସିଦ୍ଧିଦାତା ବିଘ୍ନହାରି ଗଜାନନ 

  ଉଲ୍ଲାସେ ହରସ ଚିତ୍ତ 

ଯାହା ଲାଗି ଅଥୟ ଏ ମନ ପ୍ରାଣ 

  ନଷ୍ଟ କର ସେ ଅନିଷ୍ଟ ।


ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ 

  ବିରାଜିତ ମର୍ତ୍ତ୍ୟପୁରେ 

ଅଯୋନିସମ୍ଭୂତ ଗଉରୀ ତନୟ 

  ଚିତ୍ତ ରହୁ ତୁମ୍ଭ ପୟରେ ।


ସୂର୍ଯ୍ୟସମ ଜ୍ଯୋତିପ୍ରଭ ସ୍ଥୁଳତନୁ

  ବିଦ୍ଯାଦାତା ଗଣନାଥ

ଅବୋଧ ଭକ୍ତ ଜନ ମୀନତି କରେ 

  ଅଜ୍ଞାନ କର ଦୂରିତ ।


ମୋଦକ ପ୍ରୀୟ ହେ ଏକଦନ୍ତେଶ୍ୱର

  ଗଜକର୍ଣ୍ଣ ଗଣେଶ୍ୱର 

ସୁର ମୁନି ଜନ ବନ୍ଦିତ ବିଘ୍ନେଶ

  ଗଜମୁଖ ବିଘ୍ନେଶ୍ୱର ।


ନମୋ ନମୋ ପ୍ରଭୁ ପାର୍ବତୀ ନନ୍ଦନ 

  ସର୍ବ ସ୍ଥଳେ ଅଗ୍ରପୂଜ୍ଯ 

କ୍ଷୟ କରି ପ୍ରଭୁ ତମସା ଅଜ୍ଞାନ 

  ଘେନ ମୋ ପ୍ରଣତୀ ଅର୍ଘ୍ଯ ।



Rate this content
Log in

Similar oriya poem from Abstract