STORYMIRROR

ସୁଭଦ୍ରା ସିଂହ

Classics Fantasy

2  

ସୁଭଦ୍ରା ସିଂହ

Classics Fantasy

ସୁପ୍ରଭାତ

ସୁପ୍ରଭାତ

1 min
91

ପ୍ରାତଃର ମନଲୋଭା ବେଳାରେ, 

ତୁମ ହୃଦୟର ଉଦାସୀନତା, 

ମୋ ମଧ୍ୟରେ ଅସ୍ଥିରତା ସୃଷ୍ଟି କରୁଛି, 

ତୁମ ଚକ୍ଷୁ ଦ୍ବୟ ମୋ ଦୃଷ୍ଟିକୁ ଅଜ୍ଞ କରୁଛି, 

ହୃଦୟର ସ୍ପନ୍ଦନ ମୋର ବ୍ୟାହତ ହେଲା ପରି ପ୍ରତୀତ ପ୍ରାୟ, 

ତୁମ ବଦନ ରୁ ଆଜି ଦ୍ବେଦ୍ଧାର ଅନୁଭବ ହେଉଛି, 

ଉଜ୍ଜ୍ୱଳ ମୁଖମଣ୍ଡଳ ଆଜି ଯେପରି ଜ୍ୟୋତି ହୀନ, 

ହେ ଶୋଭା !

ମୋ କାୟାର ପ୍ରାଣ ତୁମେ, 

ମୋ ହିୟାର ସ୍ପନ୍ଦନ ତୁମେ, 

ଅନୁଭବର ଭଲ ପାଇବା ତୁମେ, 

କାହିଁ ତୁମେ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହେଉଛ ? 

ଆଜିର ସୂର୍ଯ୍ୟୋଦୟ ତୁମକୁ ସକଳ ଐଶ୍ୱର୍ଯ୍ୟ ପ୍ରଦାନ କରୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics