STORYMIRROR

Tapan Dixit

Romance Others Abstract

2  

Tapan Dixit

Romance Others Abstract

ସୁପ୍ରଭାତ ହାଲପା ପ୍ରେମ

ସୁପ୍ରଭାତ ହାଲପା ପ୍ରେମ

1 min
13K


ହାଲପାରେ କାହିଁ ହଲାପଟାକର

ହାଲ ଚାଲ କିଛି ନାହିଁ ଭଲ

ଗୋଲାପ ଦେହରେ କାକର ବରଫ

କହୁଛ ନା କଣ ପାଏଭଲ ,

ତୁମେ ହରଚଣ୍ଡୀସାହି ଝିଅ ବୋଲି ଜାଣେ

ଆମର ବି ଘର କ୍ୟାପିଟାଲ୍ 

ଯାହା ସବୁ ତୁମ କହିବା କଥାକୁ

କରିଦେଇଥିବ ଜୀ ମେଲ୍ ,

ଦଫ୍ତର ଗଲେ ଖୋଲି ପଢ଼ିନେବି

କଣ ବା ଲେଖିଥିବ ଖାକ୍

ମୁଁ ହାଡ଼ଭଙ୍ଗା ଜାଡେ ହାମ୍ପେଇ ଗଲାଣି

ତୁମେ ହମ ହମ ମୁଁ ହତବାକ୍,

ରାଣ ରାଗିବନି ତୁମେ ହାରିକଣ୍ଠୀ

ମୁଁ ପ୍ରବାସୀ ହାଜତି ଲାଗେ ମୂଲ

ହାଲପାରେ ଟିକେ ହାଳାହଳି ମାରି

ଏଇଠି ରହୁଛି ହରିବୋଲ ।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

ଖାକ୍(ହିନ୍ଦି)ଗୁରୁତ୍ୱ ନଥିବା କଥା

ହାରିକଣ୍ଠୀ:କୋକିଳ କଣ୍ଠି

ହାଳାହଳି:ମଦିରା

ହାମ୍ପେଇ:ଧଇଁସଇଁ

ହାଜତି:ଜେଲରେ ଥିବା କଏଦୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance