STORYMIRROR

Kananbala Das

Romance

3  

Kananbala Das

Romance

ସୁନୟନା

ସୁନୟନା

1 min
264

     

ସୁନୟନା ତୁମ  ଚାହାଣୀରେ କେତେ    

     ଛନ୍ଦ ତୋଳିଛ ମନେ,      

ତୁମ ନୟନରେ  କଜ୍ୱଳର ଗାର    

     ସପନ ଭରିଛି ଯେହ୍ନେ ll 

     

ଘନକେଶ ରାଶି  ଉଡ଼ନ୍ତା କୁନ୍ତଳ   

     ଭାବନା ଜଗlଏ ଯେତେ,     

ଚନ୍ଦ୍ରିକାଗୋ ତୁମେ ଉଦାସ ନୟନେ   

     ସପନ ଭରିଛ କେତେ ll   

   

ପରଶରେ ତୁମ  ଶୀହରଣ ଖେଳେ    

     କାହିଁ ହୁଅ ଆନମନା,      

ଅଧାଖୋଲା ତୁମ  ନୟନ ଯୁଗଳ    

     ତୁମେ ଗୋ ନୀଳନୟନl ll    

 

କିଏ କହେ ସତେ ମରୀଚିକା ତୁମେ   

     ସପନରେ ତୁମେ ଆସ,     

ଅନାମିକା ଅଟ   ନାୟିକା ଗୋ ତୁମେ    

     ଲାଜ ଲାଜ ତୁମ ହସ ll    

   

ଚାଲିରେ ତୁମର  ପଦୁଅଁ ଫୁଟଇ   

     ଅଧର ଗୋଲାପ ଲାଗେ,     

ତୁମ ତନୁ ବାସ୍ନା  ମହକlଇ ଯାଏ 

     ପ୍ରୀତି ଝରେ ଅଙ୍ଗେ ଅଙ୍ଗେ ll 


ରୂପର ଦିହୁଡି   ଜଳୁଥାଉ ସଦା    

     ଆଲୋକବର୍ତ୍ତିକା ହୋଇ, 

ପଥପ୍ରଦର୍ଶନ    କରୁଥାଅ ସତେ    

     ଜଳୁଥାଅ ଅନ୍ୟ ପାଇଁ ll 


ତୁମେ ଅପରୂପl  ଅକ୍ଷତ ଯୌବନl   

     ଗଢିଛି ତନୁ ବିଧାତା,       

ତୁମେ ଚିରକାମ୍ୟl ପ୍ରତି ହୃଦୟରେ   

     ତୁମେ ଯେ ଚିର ଇପ୍ସିତl ll   

  

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance