STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ସୁନୀଳ ଆକାଶ

ସୁନୀଳ ଆକାଶ

1 min
139


ବସୁଧାର ସୁଷମାଭରା ପ୍ରକୃତିର ଉର୍ଦ୍ଧରେ

ଅମୀମ ଅନନ୍ତ ସୁନୀଳ ଆକାଶ

ରହିଛି ଦିଗନ୍ତ ବିସ୍ତାରୀ ବିଶାଳ ଛତ୍ରସମ

ବକ୍ଷେ ଧରି ସୂର୍ଯ୍ୟ ଚନ୍ଦ୍ର ତାରା ମାଳମାଳ

ଦିବସେ ଦିଅଇ ଢାଳି ଆଲୋକର ଜ୍ୟୋତିରାଶି

ରାତିରେ ପୁଣି ତା' ଫ୍ରତିଫଳିତ କରଇ

ସୃଷ୍ଟିର ସୁରକ୍ଷା ଲାଗି ବରଷାଏ ବାରି

ଧରତ୍ରୀ ହୁଏ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

ତାର ଅଶେଷ ସୁଦୟା ହୁଏନା ସବୁ ବର୍ଣ୍ଣି

ବିଶ୍ବ ବ୍ରହ୍ମାଣ୍ଡକୁ ରଖିଛି ଆୟତ୍ତ କରି

ନୀଳ ରଙ୍ଗରେ ଦିଏ ସେ ଏ ସବୁ ସୂଚାଇ

ଅନାଦି ଅକ୍ଷୟ ଅବ୍ୟୟର ପ୍ରତୀକ ଏ ନୀଳ

ମହାସାଗରର ଅକଳନ ଜଳ ରଙ୍ଗ

ମହାବାହୁ ମହାପ୍ରଭୁଙ୍କର ବିଶ୍ବରୂପୀ ଶ୍ରୀଅଙ୍ଗ

ନୀଳ ସୁନୀଳ ନିଳିମାମୟ ବୁଝାଏ ଏ ତତ୍ତ୍ଵ

ଜଗତ ଜୀବନର ସର୍ବମୟ କର୍ତ୍ତା ପାଳକ

ଯିଏ ଚିରନ୍ତନ ସତ୍ୟ ସନାତନ ଶାଶ୍ଵତ 

ତାଙ୍କ ଅପାର ମହିମା ପ୍ରକାଶେ ସୁନୀଳ ଆକାଶ

ସେ ଉଦାର ଶାନ୍ତ ନମ୍ର ଭାବେ ସଦା ନତ

ଉଚ୍ଚତାର ଶୀର୍ଷରୁ ଶୀର୍ଷତମ ଯାଏ ବ୍ୟାପି

ଉଗ୍ରତାରେ ଗର୍ବ ଅହଂକାର କରେ ନାହିଁ କଦାପି

ସନ୍ତୁଳିତ ପଞ୍ଚଭୁତର ଭାରସାମ୍ୟତା ରଖିବାକୁ

ଅଶାନ୍ତର ବିଷକୁ ପିଇଯାଏ ନୀଳକଣ୍ଠଙ୍କ ପରି

ବ୍ରହ୍ମାଣ୍ଡର ହିତେ ରହିଛି ସୃଷ୍ଟିର ଆବାହନ କାଳୁ

ସର୍ବସତ୍ତ୍ଵର ହୋଇ ଅଧିକାରୀ ସେ ମହାଶୂନ୍ୟ

ପୂର୍ଣ୍ଣତାର ଅନ୍ତରାଳେ ଶୂନ୍ୟତା ଦିଏ ଦର୍ଶାଇ

ମହାନୁଭବତାର ସେ ସୁନୀଳ ମହାକାଶ

ଅନନ୍ତ କୋଟି କୋଟି ଦିବ୍ୟଜ୍ୟୋତିର ଆଧାର

ସକଳ ଶକ୍ତି ଥାଇ ବି ସେ ଶୂନ୍ୟ ମହାଶୂନ୍ୟ

ନୀସ୍ତବ୍ଧତାରେ ସମାଧିସ୍ଥ ହୋଇ ଦିଏ ସବୁ କହି

ହୃଦୟଙ୍ଗମ କରେ ଯିଏ ସ୍ବଧ୍ୟାୟରେ ସୂକ୍ଷ୍ମ ଚିନ୍ତି

ଭାଣ୍ଡ ବ୍ରହ୍ମାଣ୍ଡକୁ ନେଇ ହୁଏ ଆତ୍ମ ବ୍ରହ୍ମଦର୍ଶୀ

ପରମାତ୍ମାଙ୍କ ସାନିଧ୍ୟେ ରହିଥାଏ ବ୍ରତୀ

ସମୂହ କଲ୍ୟାଣ ପାଇଁ କରୁଥାଏ ମହତ କର୍ମ

ଭୁଲି ଯାଇ ନିମିତ୍ତ ମାତ୍ରର ପାର୍ଥିବ ଆସକ୍ତି

ପ୍ରତି କ୍ଷଣ ପ୍ରତି ମୁହୂର୍ତ୍ତରେ ବୁଝାଏ ବ୍ରହ୍ମଜ୍ଞାନ

ଅନନ୍ତ ଶକ୍ତିର ଉତ୍ସ ହୋଇ ଏ ସୁନୀଳ ଆକାଶ।

     




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action