STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ସୁନ୍ଦର ଶୈଶବ

ସୁନ୍ଦର ଶୈଶବ

1 min
313

ସୁନ୍ଦର ଶୈଶବ

   ଛଳନା ରହିତ

    ଖେଳିବାକୁ ଖୋଜୁ

      -ଥାଏ ଗୋଟେ ମିତ


ରାଗ ଦ୍ୱେଷ ଭୟ 

   ତା'ର ତ ନଥାଏ

     ମାଆ ର ସ୍ନେହକୁ

       ଆଦରିଣ ରୁହେ

ଭୋକ ଶୋଷ ହେଲେ

     ନ ପାରଇ ବୁଝି

      କଅଁଳ ସ୍ୱରରେ 

        କାନ୍ଦେ ଲୁହେ ଭିଜି


ପେଟ ପୁରିଗଲେ  

    କିବା ଆଉ ଚିନ୍ତା

      କୌତୁକେ ମାତେ ସେ 

       କହି କେତେ କଥା


କୁନି କୁନି ତୁଣ୍ଡେ 

   ତୁନି ତୁନି କହେ

     ମାଆ ଡାକ ତା'ର

      ଭାରି ମନ ମୋହେ


ମାଆ ବକ୍ଷାମୃତ

   ତାହାରି ଜୀବନ

    ନିଶ୍ଚିନ୍ତରେ ତହିଁ 

       କରେ ସେ ଶୟନ


ମାଆ ତା'ର ସାହା

   ମାଆ ତା'ର ରାହା

     ମାଆ ବିନା କିଏ

      କହିବ ଯେ ଆହା


ମାଆର ପଣତ 

   ଶ୍ରୀମନ୍ଦିର ନେତ

    ତା'ପାଦେ ଜଗତ

      କରେ ମଥା ନତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract