ସୁନ୍ଦର କୁସୁମ ଗଙ୍ଗ ଶିଉଳୀ
ସୁନ୍ଦର କୁସୁମ ଗଙ୍ଗ ଶିଉଳୀ
ସୁନ୍ଦର କୁସୁମ ଗଙ୍ଗ ଶିଉଳୀ
=============
ସୁନ୍ଦର କୁସୁମ ଗଙ୍ଗ ଶିଉଳୀ l
ପ୍ରଭାତରୁ ଫୁଟି ପଡ଼େ ମଉଳି ll
ଧବଳ ତନୁ ତା ଭାରି ସୁନ୍ଦର l
ଅନ୍ୟନାମ ତାର ଶିଙ୍ଗଡ଼ା ହାର ll
ମରତେ ଅଟଇ ସେ ପାରିଜାତ l
ଫୁଟଇ ଆସିଲେ ଋତୁ ହେମନ୍ତ ll
ହେମନ୍ତପ୍ରଭାତ ମୃଦୁ ଇଲ୍ଲୋଳେ l
ବାସ ଚହଟାଇ ପଡ଼ଇ ତଳେ ll
ବୃନ୍ତଟି ତାହାର ବୋଳା ହିଙ୍ଗୁଳ l
ପାଖୁଡ଼ା ଅଟଇ ଶୁଭ୍ର ଧବଳ ll
ଧନ୍ୟ ତନୁ ତୋର ଶୁଭ୍ର ଧଉଳା l
ହାର ଗୁନ୍ଥିଦେବି ମାଆ ମଙ୍ଗଳା ll
ପିନ୍ଧାଇବି ହାର ନନ୍ଦ ନନ୍ଦନ l
ଚକାନୟନ ସେ ମଧୁ ସୂଦନ ll
ଚନ୍ଦ୍ରଚୂଡ଼ ପ୍ରଭୁ ଚନ୍ଦ୍ର ମଉଳୀ l
ଗଙ୍ଗାଧରେ ଦେବି ଗଙ୍ଗ ଶିଉଳୀ ll
ପୁଣ୍ୟ କାର୍ତ୍ତିକ ଏ ମାସ ମହତ ll
ଶିରିକ୍ଷେତ୍ର ଯିବା ଆସ ସଙ୍ଗାତ ll
ଶିରିକ୍ଷେତ୍ର ଶିରି ଶ୍ରୀଇଙ୍କୁ ଦେବା l
ରାଧା ଦାମୋଦରେ ଶରଣ ଯିବା ll
ଗଙ୍ଗ ଶିଉଳୀରେ ସୁନ୍ଦର କରି l
କୃଷ୍ଣ ବେଶକଲା କୁବୁଜା ନାରୀ ll
ଅଙ୍ଗେ ବୋଳିଦେଲା ଗନ୍ଧଚନ୍ଦନ l
ଧନ୍ୟ ଧନ୍ୟ ଗଙ୍ଗଶିଉଳୀ ଧନ୍ୟ ll
ପୁଣି ନାମ ପରା ଝରା ଶେଫାଳୀ l
ପ୍ରଭାତ କୁସୁମ ଝଡ଼େ ମଉଳି ll
ଗଙ୍ଗ ଶିଉଳୀ ତୁ ବଇଦ ନିଧି l
ସାଇତି ରଖିଛୁ କେତେ ଔଷଧି ll
ହିମଋତୁ କାର୍ତ୍ତିକ ମାର୍ଗଶୀର l
ରାତିରେ ପଡ଼ଇ ହିମ କାକର ll
ଏମନ୍ତ ହେମନ୍ତ ଋତୁ ସରିଲା l
ପୁଷ ମାସ ଶୀତ ମାଡ଼ି ଆସିଲା ll
କାଢ଼ରେ ରେଜାଇ ବୁଢ଼ା କମ୍ବଳ l
ଗଙ୍ଗ ଶିଉଳୀ ତୋ ମୂଲ ଅମୁଲ ll
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
