STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ସୁନ୍ଦର କଣ

ସୁନ୍ଦର କଣ

1 min
13.9K


ଚେହେରାକୁ ନେଇ ଗରବ କରନା

ସିଏତ ଅଢେଇଦିନ

ମନକୁ ତୁମର ସଜେଇ ଦିଅ ଗୋ

ବାସୁଥିବ ରାତିଦିନ

ରୂପ ରୋଷଣୀରେ ଛାଉଣୀ ହେଇଛୁ

ଏଣୁ ,,ଫୁଲେଇ ହେଉଛୁ ଏତେ

ଚାନ୍ଦିନୀ ସରିଲେ ଆମବାସ୍ୟା ଆସେ

ଜାଣିଛୁ କି ନାହିଁ ସତେ

ଜନମ ହୋଇଲେ ରୂପ ଆଗ ଆସେ

ନାମ ପରେ ଆସିଥାଏ

ରୂପ ଚାଲିଯାଏ ଦେହ ଚାଲିଯାଏ

ନାମ କିଛି ଦିନ ରହେ ||


ସ୍ନେହ ମମତାକୁ ଦେଇ ପାରିଲେ ତୁ

ସୁନ୍ଦରୀରେ ହେବୁ ଗଣା

ସୁନ୍ଦର ପାଇଁ ଗରବ କରିଲେ

ହେବୁ ତୁହି ବାଟବଣା

ସୁନ୍ଦର ସଂସାର ଗଢି ପାରିଲେ ତୁ

ସୁନ୍ଦରର ମୂଲ୍ୟ ରହିବ

ସ୍ନେହ ମମତାରେ ବାନ୍ଧି ପାରିଲେ ତୁ

ସୁନ୍ଦର ସଂସାର ହୋଇବ ||


ନିରଞ୍ଜନ


Rate this content
Log in

Similar oriya poem from Inspirational