Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ସୁନାର ଭାରତ

ସୁନାର ଭାରତ

1 min
468



ସୁଜଳା ସୁଫଳା ଶସ୍ଯ ଶ୍ୟାମଳା

ସୁନାର ଭାରତ ଆମ ।

ଜ୍ଞାନ ବିଜ୍ଞାନର ତ୍ଯାଗ ଐଶ୍ଵର୍ଯ୍ୟର

ଏଇତ ପୂଣ୍ଯ ଧାମ  ।୧।

ମୁକୁଟ ଯାହାର ହିମଗିରିବର

ଯା ପଦ ମହାସାଗର  ।

କରଇ ଧଉତ ସେଇ ମୋ ଭାରତ

ସଂସାର ଭିତରେ ସାର ।୨।

ବିଲ ଗିରି ବନ ନଦୀ ଉପବନ

ଶୋଭିତ ହୃଦରେ ଯାର ।

ଖଣି ଖାଦାନରେ ରତନ ଗରଭା

ହୋଇଛି ଯାର ଶରୀର ।୩।

ସୁନା ରୂପା ହୀରା ମରକତ ଆଦି

ଭଳି ଭଳି ଧାତୁ ରହି ।

ପଥର କୋଇଲା ଖଣିଜ ଦରବ

କେତେ ସବୁ ରହିଥାଇ ।୪।

ମାନବ ସମ୍ବଳ ସୁନା ଭାରତର

ବଢାଇଛି ଅଭିମାନ ।

କେତେ ମୁନି ଋଷି ଏ ଦେଶେ ଜନମି

ବିତରିଲେ ଆତ୍ମଜ୍ଞାନ ।୫।

ବିଜ୍ଞ ବୈଜ୍ଞାନିକ ଅମୃତ ସାଧକ

ଜ୍ଞାନୀ ଗୁଣୀ ଏ ଭାରତେ ।

ଲଭିଲେ ଜନମ କରିଲେ କରମ

ବିଶ୍ବ ଜନତାଙ୍କ ହିତେ ।୬।

ଯୋଗ ବ୍ରହ୍ମଜ୍ଞାନ ବିତରି ଧରାରେ

ଗଉରବ ଏ ଦେଶର ।

ବଢାଇ ରଖିଲେ ଏ ଦେଶ ମହତ

ଗୁରୁ ଗଉରବ ତାର ।୭।

ସୁନାର ଭାରତ ସାରା ସଂସାରରେ

ପ୍ରଜାତନ୍ତ୍ର ଗୀତି ଗାଏ ।

ଜାତି ଧର୍ମ ବର୍ଣ୍ଣ ପନ୍ଥ ନିର୍ବିଶେଷେ

ଏକତା ପ୍ରତୀକ ଇଏ ।୮।



Rate this content
Log in