ସୁନାପିଲା
ସୁନାପିଲା
ଆମରି ଘର ଭାରି ସୁନ୍ଦର
ଭଉଣୀ ବାପା ମାଆ
କରନ୍ତି ସ୍ନେହ କେତେ ଆଦର
ଆମର ଦେଖା ଚାହାଁ ।
ମୁଣ୍ଡର ଝାଳ ତୁଣ୍ଡରେ ଭରି
ପେଟରେ ମାରି ଭୋକ
ଚାହାନ୍ତି ସିଏ ମୋ ପୁଅ ଝିଅ
ପଢୁ ବହୁତ ପାଠ ।
ବିଦ୍ୟାଳୟରେ ଗୁରୁ ଶିକ୍ଷକ
ଦିଅନ୍ତି ଉପଦେଶ
ମନ ଲଗାଇ ପଢ ବାଳକେ
ହୋଇବ ସୁମଣିଷ ।
ଦିଅନ୍ତି ଶିକ୍ଷା ନାନା ବିଷୟ
ଜ୍ଞାନ ବିଜ୍ଞାନ ନୀତି
ଅଭ୍ୟାସ ବଳେ ସୁଛାତ୍ର ଛାତ୍ରୀ
ପାଏ ପ୍ରଶଂସା ଖ୍ୟାତି ।
ଆମ ଜୀବନ ଉନ୍ନତି ଅଟେ
ସମାଜ ମୂଳ ଲକ୍ଷ୍ୟ
ସୁଷମ ଶିକ୍ଷା ଭଲ ବ୍ୟବସ୍ଥା
ଶିକ୍ଷା ଆଲୋକ ଉତ୍ସ ।
ଆକାଶେ ଥାଏ ବହୁ ତାରକା
ଉଜ୍ଜ୍ୱଳ ଦିଶେ ଚନ୍ଦ୍ର
ସୁଛାତ୍ର ଛାତ୍ରୀ ଦେଶ ଦେଶର
ରଖଇ ଯଶ ନାମ ।
ପଶୁଙ୍କ ପରି ଜନ୍ମି ସନ୍ତାନ
ବଞ୍ଚିବା ଅଭିଶାପ
ମାନବ ଅଟେ ଶ୍ରେଷ୍ଠ ସମ୍ବଳ
ବିବେକ ଜ୍ଞାନ ରୂପ ।
ଶିକ୍ଷା ଓ ଦୀକ୍ଷା ସୁମନୋଯୋଗ
ସୁଉପଯୁକ୍ତ ଧ୍ୟାନ
ସୁପିତାମାତା କର୍ମ କର୍ତ୍ତବ୍ୟ
ଅଟେ ସଂସାର ଧର୍ମ ।
ଅଭିଭାବକ ଗୁରୁ ଶିକ୍ଷକ
ସୁସହଯୋଗେ ସିନା
ଜ୍ଞାନ ମହତ ଯଜ୍ଞ ସଫଳ
ହୋଇବ ସମ୍ପାଦନା ।
ହେଉ ସୁଗୁଣ ନୀତି ଆଦର୍ଶ
ସୁଛାତ୍ର ସମାଦର
ସୁନାଗରିକ ଦେଶ ଗଠନ
ସୁଶିକ୍ଷା ଗୁଣୋତ୍ତର ।
ସୁପୁତ୍ର ପୁତ୍ରୀ ସୁପାତ୍ର ହେଲେ
କୁଳ ଉଜ୍ଜ୍ୱଳ ହୁଏ
ପିତାମାତାଙ୍କ ସୁନାମ ବଢେ
ସୁଖ ଆନନ୍ଦ ଲାଗେ ।
ସୁନା ପିଲାଏ ବୁଝିବା ଭଲ
ନିରାଟ ସତ କଥା
ଭଲ ମଣିଷ ହୋଇଲେ ଆମେ
ପାଇବା ସାର୍ଥକତା ।
----++++-----
