Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

3.9  

Pranati Jena

Inspirational Others

ସୁନା ସଙ୍ଖାଳିପ୍ରଣତି ଜେନା

ସୁନା ସଙ୍ଖାଳିପ୍ରଣତି ଜେନା

2 mins
267



ମୋ କୋଳ ତୋ ପାଇଁ ଅପେକ୍ଷା କରିଛିରେ ଧନମାଳି l

ଆଜି ନୁହେଁ....ଯୁଗ ରୁ ଯୁଗକୁ ମୋ ଆତ୍ମା ପରି ll

ଏ ହୃଦୟର ନିଭୃତ ସ୍ପନ୍ଦନ ରେ ଶୁଣା ଯାଉଛି ତୋ କଣ୍ଠ ର,

ଦାରୋଟି ସ୍ୱର ମାଆ ବୋଲି,....ଥରେ ନୁହେଁ ପ୍ରତି ମୁହୂର୍ତ୍ତ ର ଗୁଞ୍ଜନ,..... ll


ତୁ କ'ଣ ବାୟାଣୀ କରିଦେବୁ ମୋତେ, ମୋ ହୃଦୟର ଶିରା, ପ୍ରଶିରା କୁ,

ଟୁକୁଡା, ଟୁକୁଡା କରି ମୋ ଆବେଗ କୁ ତୋ ସମ୍ମୋହନ ରେ..... Il

ତୁ ଯଶୋଦା ର ନା ଦେବକୀ ମାଆ ର.... କାହାର ଦୁଃଖ କୁ ସହିନୁ ଯେ,

ପାରିବା ପଣିଆ ର ସମ୍ରାଟ ତୁ, ମୁଁ ଖାଲି ଯାହା ଝୁରି ମରେ ତୋ ପାଇଁ ମୋ ଭାବଅଞ୍ଜନ ......,ll


 ଅହରହ ଭସ୍ମିଭୂତ...... ମୋ ଚେତନା ର ଦିଗବଳୟ ଭିତରେ ଲୀନ ହୋଇ,

 ଯିବାକୁ ତୋ ଭିତରେ, ହାଏ କେତେ ତୁ ସୁନ୍ଦର ଜଳିବାରେ, ଜାଳିବାରେ. ତଥାପି ଜ୍ୱଳନ ରେ ବାରମ୍ବାର ଇଚ୍ଛା ଓ ନିଶା ର ବନ୍ଧା ଏ ବନ୍ଧନ..... II


ତଥାପି ପତଙ୍ଗ, ନିଆଁ ପାଶେ ଯାଏ ଯନ୍ତ୍ରଣା କୁ ପିଇବା ପାଇଁ,

ମରିଯିବା, ମାରିଦେବା ସବୁ ଏକାକାର ନୈସ୍ଵର୍ଗିକ ସେ ବିବଶତା... Il

ନୀଳ ସମୁଦ୍ର ର ନୀଳ ସତ୍ତା ଭିତରେ ନୀଳ ରଙ୍ଗ ର ଆସ୍ତରଣ,

ସତେ ଯେମିତି ନୀଳକଣ୍ଠ ସାଜିବାକୁ ହୁଏ ତୋ ଭଲ ପାଇବା ର ମୋହାଞ୍ଜନ .ll


ମୀରା ର ଉତ୍ତର ରେ କୃଷ୍ଣ ତୁମେ ମୋର, କିନ୍ତୁ ରାଧା ଙ୍କର... କୃଷ୍ଣ ମୁଁ ତୁମର,

କେଉଁଠି ଅଧିକାର ତ, କେଉଁଠି ସମର୍ପଣ ଭରି ଦେଇଥିଲୁ ସ୍ପନ୍ଦନ ରେ... Il

ଯଶୋଦା ଙ୍କର ବାତ୍ସଲ୍ୟ ମମତା ଅବା ଦେବକୀ ଙ୍କର ବିବଶତା,

ଏ ସବୁ ଅଣନିଶ୍ୱାସି ହେବାର ପଥ ପରେ, କରମା ମାଆ ନିଶ୍ଚିତ ସ୍ପନ୍ଦନ .... Il


ମୋ ପୁଅ ଯାଉ ଖାଇବାର ଶ୍ରଦ୍ଧା, ଅସୁମାରୀ ଭଲ ପାଇବାର ସରଳ ମନ,

ନା ଥିଲା ଘନଘଟା, ନା ଭୟ, ଖାଲି ମୋ ପୁଅ, ଆନ୍ତରିକତାର..... ହୃଦୟ ଭରି ଭଲ ପାଇବାର.....Il

ଶାନ୍ତପଣ ଭିତରେ ସରଳ,ନିରୁଡ଼ା ସ୍ନେହ,... ଶବରୀ ତ ପ୍ରତୀକ୍ଷା ର, ପ୍ରତୀକାତ୍ମା ମାଆ ମନଟିଏ, ଅପେକ୍ଷା ର ଅନ୍ତ ନାହିଁ,ଆସିବାର ବିଶ୍ୱାସରେ l ନିଶ୍ୱାସ ର ନିଶ୍ଚିତ ରୂପଟିଏ ନ ଥାଏ ଦହନ ..,.. Il


ଭାବନା ରେ, ଭାବରେ, ଆତ୍ମାରେ, ଦେହ, ମନ, ପ୍ରାଣ ରେ ସବୁଠି,

ତୋ ପାଇଁ କାହିଁକ ଏ ମନ ଆନମନା....ll

ଚଣ୍ଡୀ ମନ୍ଦିର ରୁ କୋର୍ଟ ଛକ ଦେଇ ଫେରିବା ରାସ୍ତାରେ ତୋ ମନ୍ଦିର କୁ,

ଆସିବା ପଥ ରେ ବାରମ୍ବାର ପାଟି ଶୁଣି ଗାଡି ଅଟକାଇ ଦେଖିଲି....

ମାଆ, ମାଆ,, ଶବ୍ଦ ରେ ପ୍ରକମ୍ପିତ ମୋ କର୍ଣ୍ଣ ପଟରେ ଗୁଞ୍ଜନ....... Il 


ଚାରିଆଡେ ଚାହିଁଲି ମୋ ପୁଅ ର ପାଟି ଶବ୍ଦ....

ଏହିକି ତୋ, ମୋ ଭିତରେ ଭଲ ପାଇବାର ଅଧିର ପରାଣ ର ଆକର୍ଷଣ...ll  

ସମସ୍ତେ ଶୋଇଗଲା ପରେ ତୋ ମୁହଁ ହସ, ଲୁହ ଭାସିଆସେ,

ମୋ ନିଶଃବ୍ଦ ଇଲାକା ଛୁଇଁ, ତୋ କଥା କୁହା ଦରୋଟି କଣ୍ଠ ରେ ମାଆ,

ପ୍ରତିଥର ମୋ କର୍ଣ୍ଣପଟେ ଛୁଇଁ ହୃଦୟ କୁ ଆନ୍ଦୋଳିତ କରିଦିଏ ତୋ ମମତା ପଣ.......ll


ଚେତନ, ଅବଚେତନ ରେ ଉଠି ଧାଇଁଯାଏ ମୋ ପୁଅ କେଉଁଠି ଡାକୁଛି,

ମାଆ, ମାଆ ବୋଲି ଅଧିର ରେ, ଏପଟେ , ସେପଟେ ଖୋଜି ବସିଯାଏ ମୁଁ,

କ୍ଲାନ୍ତ ନୁହେଁ ସ୍ଥାଣୁ ପରି ମୋ ପୁଅ, ମୋ ଧନ ଡାକିବାର ଅପେକ୍ଷା ରେ... Il

ଜନ୍ମ ରୁ ଜନ୍ମ ପର୍ଯ୍ୟନ୍ତ ଯୁଗ ରୁ ଯୁଗକୁ ମୋ ସୁନା ସଙ୍ଖାଳି ପାଇଁ ମୋ ଭାବ ଆକର୍ଷଣ...... Il



Rate this content
Log in

Similar oriya poem from Inspirational