STORYMIRROR

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ସୁନା ର ଭାରତ

ସୁନା ର ଭାରତ

1 min
273


ଆସ ରେ ଗଢିବା ସୁନାର ଭାରତ

ଅନୀତି ଦୁର୍ନୀତି କରି ବିଦୂରୀତ ।

ଆସ ଯେତେ ଶିଶୁ, କୃଷକ, ଶ୍ରମିକ

ଅସହାୟ ଦୁଃଖ, ଦୈନ୍ୟ ନିଷ୍ପେସିତ ।

ଅହିଂସା ମନ୍ତ୍ର ରେ ଚାଲିବା ଆଗକୁ

ଅହମିକା ପରି ହରି ସମସ୍ତ ଙ୍କୁ ।

ଆନନ୍ଦ ଆହ୍ଵାନ ଶାନ୍ତି ସୁସନ୍ତୋଷ 

ଅରପି ଗଢିବା ସୁନା ର ଭାରତ ।

ଅତ୍ୟାଚାର ଯେତେ କରିବା ନିର୍ମୂଳ

ଆନନ୍ଦ ଉଦ୍ୟମ ଉଲ୍ଲାସ ବିହ୍ୱଳ ।

ଅବସ୍ଥା ବ୍ୟବସ୍ଥା ପାଇଁ ଆବିଷ୍କାର

ଅନେକ ନୂତନ ପନ୍ଥା ପନ୍ଧତି ର ।

ଅଭିନବ ଭାବ ବିଭବ ସମ୍ଭାର

ଆଦରି ଆଦର୍ଶ ନୀତି ନିୟମ ର ।

ଆଧାରେ ଆସ ରେ ସୁନା ର ଭାରତ

ଅନୁପମ ଜ୍ଞାନ, ଗୁଣ, ବିଦ୍ୟା ଦୀପ୍ତ ।

ଅନୁଷ୍ଠାନ ମାନ କରିବା ଗଠନ

ଅନ୍ତ କରି ଦେବା ଅନ୍ଧାରୀ ଶାସନ ।

ଅଭାବ, କଷଣ, ଅନାଚାର ପୀଡା

ଅଜ୍ଞାତl, ଅଶିକ୍ଷା, ଗ୍ଲାନି, ଘୃଣା ବ୍ରୀଡା ।

ଆମରି ସୁନାର ଭାରତେ ନ ଥିବ

ଅହିଂସା, ସମତା, ମୈତ୍ରୀ, ବିରାଜିବ ।



Rate this content
Log in

Similar oriya poem from Action