STORYMIRROR

Ghanashyam Biswal

Romance

3  

Ghanashyam Biswal

Romance

ସୁନା ଜହ୍ନ

ସୁନା ଜହ୍ନ

1 min
213

ଆସିଲୁ ଜୀବନେ

ଅସରନ୍ତି ଆଶାର ଜୋଚ୍ଛନା ଢାଳି

ମନ ଆକାଶେ

ମୋ ସୁନା ଜହ୍ନ ହୋଇ ତୁ

ଆସିଲୁ ସୁନେଲି ସପନ ନେଇ ।


ସପନରାଣୀ ତୁ ମୋ

ଦୁଃଖ ପାସୋରା

ମୋ ଘର ଅଗଣା

ତୁଳସୀ ପରା ।


ଦିନ ସରେ ତୋର

କଥାକୁ ଭାବି

ରାତି ସରେ ତୋର

ସପନ ଦେଖି ।


ରଙ୍ଗେଇଲୁ ମୋତେ

ତୋ ପ୍ରେମ ରଙ୍ଗେ

ଭିଜେଇଲୁ ଦେହ

ତୋ ପ୍ରୀତିର ରାଗେ ।


ପହିଲି ପ୍ରେମର

ନିଆରା ଛିଟା

ଲଗେଇଲୁ ମନେ

ଗାଇ ପ୍ରେମ କବିତା ।


ଜୀବନଟା ଲାଗେ ଆଜି

ହସ ଖୁସି ଭରା ସରଗ ପରୀ

କେବେ ରାଣୀ ହୋଇ ଆସିବୁ କହଲୋ ଜୀ

ଜୀବନସାଥି ମୋ ସ୍ବପ୍ନ ସୁନ୍ଦରୀ ।



Rate this content
Log in

Similar oriya poem from Romance