STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ସୁନା ଚଢେଇ

ସୁନା ଚଢେଇ

1 min
177


ସୁନା ଚଢେଇ ରୂପା ଚଢେଇ ମୋ ମନ ଚଢେଇ 

ଉଡିଉଡି ଯାଆରେ ତୋ ଡେଣା ହଲାଇ ।


ଦେଉଛିରେ ଝାଡିଝୁଡି ତୋ ମଳିଧୂଳି

ଲାଗିବନି ପକ୍ଷକୁ ତୋ ଓଜନ ଭାରି

ଥକ୍କା ହେଲେ ବସିଯିବୁ ଦେଖି ଗଛ ଛାଇ ।


ପ୍ରାଣନାଥ ଜଗନ୍ନାଥ ରାମକୃଷ୍ଣ ଭଜି

ପତିତପାବନ ନୀଳଚକ୍ର ଥିବୁ ହେଜି

ଦେଖିବୁରେ ଶ୍ରୀମନ୍ଦିର ଆଖି ପୂରାଇ ।


କଳି ଦ୍ୱାରାବତୀ ପୂରୀ ଗୋଲକ ବୈକୁଣ୍ଠ

ରତ୍ନ ସିଂହାସନେ ବିଜେ କାଳିଆ ସାଆନ୍ତ

ଭଉଣୀ ସୁଭଦ୍ରା ଦେବୀ ବଳରାମ ଭାଇ ।


ଗରୁଡ଼ ସ୍ତମ୍ଭ ପଛରୁ ଦେଖିବୁ ଅନାଇ

ଚକାଚକା ଦୁଇଆଖି ହାତଗୋଡ ନାହିଁ

ଦାରୁବ୍ରହ୍ମ ମୂରତି ସେ ବ୍ରହ୍ମାଣ୍ଡ ଗୋସାଇଁ ।


ତା ମହାପ୍ରସାଦ ଅନ୍ନ ଅବଢ଼ା ଶଙ୍ଖୁଡି

କୈବଲ୍ୟ କଣ ନିର୍ମାଲ୍ୟ ଭାଗ୍ୟେ ଥିଲେ ପାଇ

ମୁକତି ପଥକୁ ସଦା ରହିବୁରେ ଧ୍ୟାୟୀ ।

ସୁନା ଚଢେଇ----

   ----//---



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational