Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ସୁନା ଭାଇନା

ସୁନା ଭାଇନା

1 min
274


(ତୋ ଲାଗି ଗୋପ ଦାଣ୍ଡ ମନା ବୃତ୍ତରେ)


ତୋ ଲାଗି ରାସ୍ତା ଘାଟ ମନାରେ

ସୁନା ଭାଇନା 

ଭୂତାଣୁ ପେଷିଛି ଚାଇନା । 

ଦେଖୁଛି ସପନ ଦିନ ଦିପହରେ

କପଟ ତା ମାୟା ଜାଲ

ଦୁନିଆଁ ପଛକେ ନିଆଁ ଚୂଲି ହେଉ

ସିଏ କରିବ ଭେଳିକି ଖେଳ

ଚତୁରେ ଚତୁରେ ମାଡ଼ି ଯିବ ସିଏ

ତା ନାମରେ ଉଡିବ ବାନା ।

ତୋ ଲାଗି ରାସ୍ତା ଘାଟ ମନା....


ଲୋକେ ରହିଥିବେ ଗୃହେ ବନ୍ଦୀ ହୋଇ

ରୋଗେ ହୋଇ ଭୟଭୀତ

ଧୋଉଥିବେ ହାତ ସାବୁନୁ ଫେଣରେ

ଭାରି ହେବେ ହନ୍ତସନ୍ତ

ବନ୍ଦ ହୋଇଯିବ ବେପାର ବଣିଜ

ସିଏ କଷିବ କୋଭିଡି ଚୂନା ।

ତୋ ଲାଗି ରାସ୍ତା ଘାଟ ମନା.....


ଚାଲାକି ତାହାର ଫାଟିଲାଣି ପାଣି

ଛନକା ଛାତିରେ ପଶିଲାଣି

ଏକଯୁଟ ହୋଇ ସାରା ବିଶ୍ୱବାସୀ

ବିରୁଦ୍ଧ ତାହାର କରିଲେଣି

ଶସ୍ତା ତା ସାମଗ୍ରୀ ବରଜନ କରି

ତାର ବୁଲାଇବେ କଳାକନା ।

ତୋ ଲାଗି ରାସ୍ତା ଘାଟ ମନା.....


ଆପଣା ଶକ୍ତିରେ ସ୍ୱଦେଶୀ ମନ୍ତ୍ରରେ

ହୋଇବା ଆସ ଦୀକ୍ଷିତ

ସ୍ୱ।ବଲମ୍ବୀ ହେବା ମହତେ ବଞ୍ଚିବା

ପତାଇବା ନାହିଁ ହାତ

ଦୂର ହୋଇଯିବ ଅମା ଅନ୍ଧକାର

ବନ୍ଧୁ ବ୍ୟସ୍ତ ହୁଅ ନାହିଁ ଜମା ।

ତୋ ଲାଗି ରାସ୍ତା ଘାଟ ମନା...।।


Rate this content
Log in