STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ସୁଲକ୍ଷଣୀ

ସୁଲକ୍ଷଣୀ

1 min
344



ରସା ଭୂଷା ଯୋଶା ନଳିନୀ ବରଣା

ମାନମୟୀ ଆଗୋ ମାନିନୀ

ମୃଗାଙ୍କ ଲପନା ଏଣୀ ଆଖି ସଖୀ

ସେ କନକ ପୁର କାମିନୀ, ସୁର ପୁର ସୁହାସିନୀ ।।


ଦଳା କଜ୍ଵଳ କଳା ଚୁର୍ଣ୍ଣ କୁନ୍ତଳା

ସତେ,ଜଳନିଧି ତରଙ୍ଗିଣୀ

ଅମଉଳା ଯବା ଅଧରୀ ଶୁଶିଳା

ମୁନି ଜନ ମନ ମୋହିନୀ, (ସେକି)ମଦନ ପ୍ରାଣ ସଙ୍ଗିନୀ ।।


ଶିରିଷ କୁସୁମ କାନ୍ତି ମନୋରମ

ସାର ସାରସ ଗମନୀ

ବିଦିପ୍ତ କେଶରୀ ସୁର ପୁର ବାଳୀ

ନୀଳ ମେଘେ ସୈାଦାମିନୀ, ଉଷ୍ମ ପରାଣେ ହିମାନି ।।


ସିଂହ କଟି ବକ୍ଷ ଯମଜ ଧୁର୍ଜଟି

ବସନ୍ତ ଦୂତ ଭାଷିଣୀ

ଅପାସୋରା ସ୍ନେହମୟୀ ପ୍ରେମଶିଳା

ଦୟାମୟୀ ପ୍ରୀୟବାଦିନୀ, ଅନନ୍ୟା ନାରୀ ପଦ୍ମିନୀ ।।


ଲୋଚନ ଶୋଚନ ମୋଚନ କାରିଣୀ

ଜାୟା ସେ ଜନନୀ, ଭଗିନୀ

କୃଶୋଦରୀ ସତୀ ଦେବୀ ପୂଣ୍ୟବତୀ 

ଭାମିନୀ ଗୋ ସୁଲକ୍ଷଣୀ, ଧୀମତୀ ପ୍ରଜ୍ଞା ତରୁଣୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract