STORYMIRROR

Sachidananda Kar

Classics

2  

Sachidananda Kar

Classics

ସୁଖ ଦୁଃଖର ସାଥି

ସୁଖ ଦୁଃଖର ସାଥି

1 min
293

କାଳିଗାଈ ମୋ କାଳିଗାଈ

ବାରଣ କଲି ମାନିଲୁ ନାହିଁ

ଛପିଛପି ତୁ କାହିଁକି ଯାଇ

ଫୁଲଗଛକୁ ଦେଲୁ ଖାଇ


କେଡେ ସୁନ୍ଦର ସତେ ସିଏ

ନିଇତି କେତେ ଖୁସିରେ ହସି

ଖେଳୁଥିଲି ମୁଁ ତା' ପାଶେ ବସି

ଥିଲା ସେ ମୋର ମିତଟିଏ


ବାଆ ବହିଲେ ଶୀରିଶୀରି

ଉଆଁସ ରାତି ଆକାଶ ପରି

ଫୁଲ ତାରାଙ୍କୁ ଡାଳରେ ଧରି

ହସୁଥିଲା ସେ କିରିକିରି


ପଚାରେ ମୁହିଁ ଆଜି ତୋତେ

ଖେଳିବା ଲାଗି ଚାହିଁବି ଯେବେ

କାହା ସାଥିରେ ଖେଳିବି ଏବେ

ସତକରି ତୁ କହ ମୋତେ


ପାଇବି କାହୁଁ ଫୁଲଟିଏ

କୁନି ହାତରେ କାହାକୁ ଧରି

ମାଳା ଗଢିବି ଯତନ କରି

କହ ମୋହର ହେବ କିଏ


କାଳିଗାଈ ଲୋ କାଳିଗାଈ

ଚାରା ମୁଁ ଯେବେ ପୋତିବି ଆଣି

ମୂଳରେ ତା'ର ଢାଳିବି ପାଣି

ଖାଇବୁ ନାହିଁ ଆଉ ଯାଇ


ବଢି ବଢି ସେ ଗଛ ହେବ

ତାହାରି ଲାଗି ବରଷା ଧାରା

ଝରିବ ଆମ ରାଇଜ ସାରା

ଫୁଲ ଫଳ ବି ସିଏ ଦେଵ


ଗଛ ସମାନ ନୁହେଁ କେହି

ଥିଲେ ସେ ଥିବା ଭଲରେ ଆମେ

ଲାଗିବ ସେ'ତ ଆମରି କାମେ

ସୁଖ ଦୁଃଖର ସାଥି ସେହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics