ସୁବାଷ ବୋଷ
ସୁବାଷ ବୋଷ
ଦେଖ ଦେଖ ଆଜି ଜାତୀୟ ପତାକା
ଉଡୁ ଅଛି ଫର ଫର
ହୋଇ ରାଜନେତା ରୁଣ୍ଡିଭୁତ, ନିଜକୁ
ମଣନ୍ତି ଓ କୁହନ୍ତି ବୀର ।
ଦେଶର ଆଇନ ରକ୍ଷକ, ସବୁଠାରୁ
ହୋଇଛନ୍ତି ବଡ଼ ଚୋର
ସବୁ ଯୁଗ ପରି ପୋଲିସ ସେଠାରେ
ନୁଆଁଇ ଅଛନ୍ତି ଶିର ।
ଦିଅନ୍ତି ଭାଷଣ ଟଙ୍କା ଦଳି ଧରି ନିଜ
ଦଳ ପାଇଁ ନକରି କିଛି ତ କାମ
ସ୍ୟାର୍ଥରେ ରଖନ୍ତି ଖୋଳପା ମାତୃଭକ୍ତି
ଛାପ, ହୃଦେ ନାହିଁ ଦେଶ ପ୍ରେମ ।
ମାତୃଭୂମି ଠାରୁ ବଡ଼ ଅଛି କି କେହି
ଏ ଦୁନିଆ ଭିତରେ
କୁଆଡୁ ବୁଝିବେ ପୁଂଜିପତି ଗୋଷ୍ଠୀ, ଟଙ୍କା
ଠକି ହୁଅନ୍ତି ଫୁର୍ ରେ ।
ମନେପଡେ ଉତ୍କଳ ମାଟିର ପୁଅ,
ମାଟି ମାଆର ସୁରକ୍ଷା ପାଇଁ
ସ୍ୟାଧୀନତା ଫୌଜୀଟିଏ ହେଲା
ତ୍ୟାଗ କରି ଓ ଜୀବନ ଦେଇ।
ମୁଁ କହୁଛି ସୁବାଷ, ସମ୍ମିଳିତ ହୁଅ,
ରକ୍ତ ଦିଅ ମା ମାଟି ପାଇଁ
ସ୍ବାଧୀନତା ପାଇବା, ବ୍ରିଟିଶ ହଟିବ,
ସେ ବଜ୍ର ନିନାଦ ଆଉ ଶୁଭୁନାହିଁ ।
ସୁବାଷ ଭାବିଲା, ମାଆଟି ଦେଇଛି
ପାଣି ପବନ ତା'ର
ତାହାରି କୋଳେ ନାଚିକୁଦି ଶୈଶବ
ହୋଇଛି ପାର ।
ସେହି ସ୍ନେହର ଋଣ ଶୁଝିବା ପାଇଁ
ବାନ୍ଧିଲା ମନେ ମୋହ ଓ ମାନ
ରଖିବାକୁ ମାନ ଶତ୍ରୁ ବୁକୁରେ ଢାଳିବ
ଗୁଳି, ଯାଉ ପଛେ ତା ଜୀବନ ।
ଜୀବନ ନାଟକଟେ ବନ୍ଧୁ, ତାର ମହତ୍ତ୍ଵ
ସୁବାଷ ବୁଝି ପାରିଲା
ଦି ଦିନ ପାଇଁକି ଅଭିନୟ ଚାଲେ, ତେବେ
ଡରିବ କିଆଁ ଭଲା ।
ସମ୍ବିଧାନର କେଉଁଥିରେ ଲେଖା ଅଛି
ପୁଞ୍ଜିପତି ଶୋଷଣ କରିବା
ସେହି ଶୋଷଣକୁ ଆଇନର ଧାରାରେ
ପୁଞ୍ଜିପତି ପାଇଁ ଅସ୍ତ୍ର ଯୋଗାଇବା ।
ଦୁଃଖ ଲାଗେ ଆଜି, ପ୍ରକୃତ ସଂଗ୍ରାମୀ
ଫଟୋରେ ଉଈ ଖାଏ
କିନ୍ତୁ, ମିଛ, ଅତ୍ୟାଚାରୀ, ଅହଂକାରୀ ର
ପୋଷ୍ଟର ଜୋର ସେ ଛପା ଯାଏ ।
ମନ୍ତ୍ରୀ ନାମ ସ୍ଲୋଗାନରେ ପଡୁଛି ଉଠୁଛି,
ଖୋସାମଦିଆର ସଂଖ୍ୟା ବଢ଼ିଛନ୍ତି
ତ୍ରିରଙ୍ଗା ପତାକା, ଜାତୀୟ ସଙ୍ଗୀତ, ବ୍ରିଟିଶ ଶାସନ ଗୋଡାଣିଆ ଦାୟାଦ ମାନେ ମିଛେ ଉଡ଼ାଉଛନ୍ତି ।
