STORYMIRROR

Sadananda Pratihari

Inspirational

3  

Sadananda Pratihari

Inspirational

ସତ୍ୟର ପରାକାଷ୍ଠା

ସତ୍ୟର ପରାକାଷ୍ଠା

1 min
6.7K


ପ୍ରତାରଣା ଧର୍ମୀ କରି ଚଞ୍ଚଳତା

ବିଜୟ ମୁକୁଟ ପିନ୍ଧେ

ଆସିଲେ ସମୟ ସତ୍ୟର ପ୍ରଘଟେ

କର୍ମ ଫଳ ଭୋଗି କାନ୍ଦେ ॥

ସତ୍ୟ କଣ୍ଠରୋଧ କେ କରିପାରିଛି

ସତ୍ୟ ଅଟେ ଚିରନ୍ତନ

ସତ୍ୟ ହିଁ ଭାସ୍ୱର ଅଜେୟ ଅମ୍ଳାନ

ଶାସ୍ୱତ ଜାଜ୍ଵଲ୍ୟମାନ ॥

ଯେତେ ଦଗ୍ଧିଭୁତ ହେଲେ ବି ସୁବର୍ଣ୍ଣ

ଉକୁଟି ଉଠେ ତା ଆଭା

ସେହିପରି ସତ୍ୟ ସଦା ଦୀପ୍ତିମାନ

ପ୍ରଭାକରଙ୍କର ପ୍ରଭା ॥

ସତ୍ୟକୁ ଅବଜ୍ଞା ନକରି ଶ୍ରୀରାମ

ଯାଇଥିଲେ ବନବାସ

ଅବଜ୍ଞା ହେତୁରୁ କୁରୁବଂଶ ଦିନେ

ହୋଇଥିଲା ସର୍ବନାଶ ॥

ତୁମେ ଏକା ପ୍ରଭୁ ସତ୍ୟ ଏ ଜଗତେ

ଆଉ ଯେତେ ସବୁ ମିଥ୍ୟା

ମିଥ୍ୟା ମାୟାଜାଲେ ଅଜ୍ଞାନୀ ସଂସାରେ

ହୁଅନ୍ତି ଅମର ମତ୍ତା ॥

ଦେଇ ଦିବ୍ୟଜ୍ଞାନ ନିଅ ସତ୍ୟ ପଥେ

ସଂସାରୁ ଉଦ୍ଧାର କର

ନୋହିଲେ ଲାଗିବ କଳଙ୍କ ବାନାରେ

ପରଂବ୍ରହ୍ମ ପରାତ୍ପର ॥

{ସଦାନନ୍ଦ ପ୍ରତିହାରୀ}

୧୩-୮-୨୦୧୮


Rate this content
Log in

Similar oriya poem from Inspirational