ସତ୍ୟର ଅନୁସନ୍ଧାନ
ସତ୍ୟର ଅନୁସନ୍ଧାନ
କିଏ କହିବ ମୋତେ...
ସତ୍ୟ ମିଳିବ କୋଉଠି,
ଆଜି ଏଠି...
ପରସ୍ତ ପରସ୍ତ ଠକାମି,
ପୁରା ପ୍ରତ୍ୟୁଷରୁ ରଜନୀ ।
ବିନା ଉତ୍କୋଚରେ ବାବୁ,
କଥା ହେବେନି ଆଉ,
ମିଥ୍ୟା ରାଣରେ...
ଅବଧି ଯାଉଥିବ ବଢ଼ି,
ଅଧର୍ମ ବିତ୍ତ ପାଇଁ ।
ସତ୍ୟର ଅନୁସନ୍ଧାନେ ଯିବା...
ଥରେ ପବିତ୍ର ଦେବାଳୟ,
ଏଠି ତ...
ଈଶ୍ୱର ରହିଥାନ୍ତି ଶାନ୍ତ,
ଆଉ ସେବକ ଅଳଙ୍କୃତ ।
ଧର୍ମର କୁହନ୍ତି ନ୍ୟାୟାଳୟ,
ଧର୍ମେ ଅଧର୍ମର ଜୟ,
ସବୁ ଓଲଟା...
କରୁକରୁ ପାପ-ପୁଣ୍ୟର ହିସାବ,
ସତ୍ୟର ହୋଇଛି ବିଲୁପ୍ତ ।
ମଣିଷ ମଣିଷର ଭଗାରୀ,
ସତ୍ୟ ବିଲୁପ୍ତେ କିଏ ଦାୟୀ,
ସବୁ ଲୋକ...
ନିମିଷକେ ହେବେ ମାଲାମାଲ,
ଦେଖେଇ ଅଧର୍ମର କମାଲ ।
