ସତ୍ୟମେବ ଜୟତେ
ସତ୍ୟମେବ ଜୟତେ
ଅସତ୍ୟକୁ କୋଳ ବାନ୍ଧୁଥିଲେ ଥଳ
ତାହା ଚିରସ୍ଥାୟୀ ନୁହଁଇ
ଦିନେ ଅନ୍ଧକାର ହଟି ଆଲୋକର
ପ୍ରବେଶ ନିଶ୍ଚୟ ହୁଅଇ
ସତ୍ୟର ଜୟ
ଯୁଗେଯୁଗେ ପରା ହୋଇଛି
ସତ୍ୟ ପାଇଁ ସୂର୍ଯ୍ୟ ଚନ୍ଦ୍ର ଆତଯାତ
ଏ ବି ଲୋକକଥା ରହିଛି ।
ଅସତ୍ୟ ଅଧର୍ମ ପଥ କଣ୍ଟକିତ
ନିଶ୍ଚେ ଫୁଟି ରକ୍ତ ଝରଇ
ଆଧ୍ୟାତ୍ମିକ ମାର୍ଗେ ଗମନ କରିବା
ପଥକୁ ସର୍ବଦା ରୋଧଇ
ଜୀବନୁ ମୁକ୍ତି
ଏପରି କାର୍ଯ୍ୟେ ମିଳେ ନାହିଁ
ବାରବାର ଜନ୍ମି ମର ଶରୀରରେ
ନାନା ଯନ୍ତ୍ରଣାରେ ସଢ଼ଇ ।
ସତ୍ୟର ରୂପଟି ସର୍ବଦା ସୁନ୍ଦର
ତାହା ଚିରନ୍ତନ ଶାଶ୍ବତ
ଜଗାଇ ହୃଦୟ ଭରେ ପବିତ୍ରତା
ମନକୁ ରଖେ ପ୍ରଫୁଲ୍ଲିତ
ସେଥିପାଇଁ କି
ତୋଳି ସଦା ସତ୍ୟର ଜୟ
ହୃଦୟତନ୍ତ୍ରକୁ କରିଲେ ଝଂକୃତ
ଜୀବନେ ନାହିଁ ପରାଜୟ ।
