STORYMIRROR

SIBENDU SARASWATA PANDA

Inspirational

3  

SIBENDU SARASWATA PANDA

Inspirational

ସତ୍ୟ

ସତ୍ୟ

1 min
260

ଅନ୍ଧାର ଯେଉଁଠି ଆଲୁଅ ସେଇଠି

ଏହା ଅଟେ ଚିରନ୍ତନ,

ଯେତେ ବିତ୍ତଶାଳୀ ହୋଇଥାଅ ପଛେ

କିଣି କି ପାରିବ ମନ?

ଧନ ଦଉଲତ କ୍ଷଣିକ ମାତର

ଗର୍ବ କରୁ କାହାପାଇଁ,

ବର୍ଷ କେଇଟାର ବ୍ୟବଧାନ ପରେ

ଶରୀର ଗ୍ରାସିବ ଭୂଇଁ।

ସବୁବେଳେ କେବେ ନଥାଏ ଜୀବନେ

ପୁନେଇଁ ଜହ୍ନର ରାତି,

ବୃଥା ଅହଙ୍କାର ହୁଏ ଚୁରୁମାର

ପାଇଲେ ଖରାର ତାତି।

ଗୋଟେ ହାତ ପାପ ଅନ୍ୟଟି ନିଏନି

ଜାଣିଥା' ଏକଥା ବନ୍ଧୁ,

ମିଛ ସମ୍ପର୍କରେ ବାନ୍ଧି ହୋଇ କାହିଁ

ଝରାଉ ଲୋତକ ବିନ୍ଦୁ।

ଏବେବି ସମୟ ଅଛି ଆହେ ସଖା

ସୁଧୁରି ଯାଆ ତୁ ବେଗେ,

ନିରାଟ ସତ୍ୟକୁ ଦେଖିବା ଆଗରୁ

ନଇଁ ଯାଆ ତାହା ଆଗେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational