ସତ୍ୟ
ସତ୍ୟ
ଅନ୍ଧାର ଯେଉଁଠି ଆଲୁଅ ସେଇଠି
ଏହା ଅଟେ ଚିରନ୍ତନ,
ଯେତେ ବିତ୍ତଶାଳୀ ହୋଇଥାଅ ପଛେ
କିଣି କି ପାରିବ ମନ?
ଧନ ଦଉଲତ କ୍ଷଣିକ ମାତର
ଗର୍ବ କରୁ କାହାପାଇଁ,
ବର୍ଷ କେଇଟାର ବ୍ୟବଧାନ ପରେ
ଶରୀର ଗ୍ରାସିବ ଭୂଇଁ।
ସବୁବେଳେ କେବେ ନଥାଏ ଜୀବନେ
ପୁନେଇଁ ଜହ୍ନର ରାତି,
ବୃଥା ଅହଙ୍କାର ହୁଏ ଚୁରୁମାର
ପାଇଲେ ଖରାର ତାତି।
ଗୋଟେ ହାତ ପାପ ଅନ୍ୟଟି ନିଏନି
ଜାଣିଥା' ଏକଥା ବନ୍ଧୁ,
ମିଛ ସମ୍ପର୍କରେ ବାନ୍ଧି ହୋଇ କାହିଁ
ଝରାଉ ଲୋତକ ବିନ୍ଦୁ।
ଏବେବି ସମୟ ଅଛି ଆହେ ସଖା
ସୁଧୁରି ଯାଆ ତୁ ବେଗେ,
ନିରାଟ ସତ୍ୟକୁ ଦେଖିବା ଆଗରୁ
ନଇଁ ଯାଆ ତାହା ଆଗେ।
