ସତ୍ୟ ସାଇ
ସତ୍ୟ ସାଇ
ସୁନ୍ଦର ସୁନ୍ଦର ସାଇ ସୁନ୍ଦର
ହେ ସାଇ ତୁମେ ମୋ ପ୍ରେମ ଅବତାର
ସାଇ ସାଇ ସତ୍ୟ ସାଇ
ସାଇ ସାଇ ମୋ ସତ୍ୟ ସାଇ
ପୁଟ୍ଟପର୍ତ୍ତି ଗ୍ରାମେ ତୁମେ ଜନ୍ମ ନେଲ
ଜଗତ ହିତରେ କର୍ମ କରିଥିଲ
ଦୁଃଖୀକୁ ଦେଖି ତୁମେ କାନ୍ଦୁଥିଲ
ତ୍ୟାଗ ସେବାକୁ ତୁମେ କରି ଥିଲ
ଦୟାଳୁ ଦୟାଳୁ ସାଇ ଦୟାଳୁ
ହେ ସାଇ ତୁମର ମନ ଦୟାଳୁ
ସାଇ ସାଇ ସତ୍ୟ ସାଇ
ସାଇ. ସାଇ ମୋ ସତ୍ୟ ସାଇ
ତୁମରି ବିଭୂତି ଦୁଃଖ ହରିନିଏ
ତୁମରି ହସରେ ଶାନ୍ତି ମିଳିଯାଏ
ନାଲି ଗୋଲାପରେ ତୁମକୁ ସଜାଇ
ତୁମରି ଭଜନ ଭକ୍ତ ଯାଏ ଗାଇ
ନିଜର ନିଜର ସାଇ ନିଜର
ହେ ସାଇ ତୁମେ ଲାଗ ନିଜର
ସାଇ ସାଇ ସତ୍ୟ ସାଇ
ସାଇ ସାଇ ମୋ ସତ୍ୟ ସାଇ