ସତ୍ୟ ପ୍ରତି ନାହିଁ ସମର୍ପଣ ଭାବ
ସତ୍ୟ ପ୍ରତି ନାହିଁ ସମର୍ପଣ ଭାବ
ଦେଇଥିବା କଥା ମଣିଷତ୍ୱ ଥିଲେ, କେହି
ଫେରେଇ ପାରେନା
ପ୍ରତିଜ୍ଞାବଦ୍ଧ ଶବ୍ଦର ଭାବପ୍ରବଣତାର ପରିଧି
କୁ ତ ମାପି ହୁଏନା ।
ପ୍ରବଞ୍ଚକ, ଘୃଣ୍ୟ ମଣିଷଟିଏ ପ୍ରତିଜ୍ଞାବଦ୍ଧ ଶବ୍ଦ
କୁ କାହୁଁ ଜାଣିବ
ନିଛ୍ଛକ ହୃଦଟିଏକୁ ତା ଶବ୍ଦର ଚାତୁରୀରେ
ଚାହେଁ ବାନ୍ଧି ରଖିବ ।
ସତ୍ୟ ତ ଖୁବ୍ ଓଜନିଆ, ହୁଏ ନିଷ୍ଠୁର ଓ
ଛୁରୀ ଠାରୁ ଧାର
ମିଛ କହିବାକୁ ସହଜ, କରେ କିଛି ସମୟ
ଅତି ଆପଣାର ।
ତେଣୁ ଆଜିର ଦୁନିଆରେ କେବଳ ଅଛି
ଛଳନା ଓ ପ୍ରତାରଣା
ସତ୍ୟ ପ୍ରତି ନାହିଁ ସମର୍ପଣ ଭାବ, ଅଛିତ
ଖାଲି ଘୃଣିତ ବାସନା ।
ମନୁଷ୍ୟ ମିଛକୁ ଉଚ୍ଚାରଣ କରେ ତାର
ପ୍ରତିଟି ହୃଦ ସ୍ପନ୍ଦନରେ
ମିଛ କଣ ବସା ବାନ୍ଧିପାରେ, ଏ ରଙ୍ଗ
ବେରଙ୍ଗ ପୃଥିବୀ ଭିତରେ ।
କୃଷ୍ଣ ସୁଦାମା ବନ୍ଧା ପ୍ରେମମୟ ଜୀବନେ
ମିଛ ଅବା ଛଳନା କି ଥିଲା ମନେ
ଆଜିର ଦୁନିଆ ବୁଝେ ନାହିଁ ଜମା ସତ୍ୟ
ପଥକୁ ଧରି ରଖିବାର ମାନେ ।
ଥରେ କିନ୍ତୁ ସତ୍ୟ କହି ଏଠି, ଅନ୍ୟ ସୁଖ
ରେ ହସିହସି ଖାଲି ଦେଖ
ତାହା ଦିଏ କେତେ ସୁନ୍ଦର ମମତାର
ଡୋର, ସେ ପଥ ଧରି ଶିଖ ।