STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ସ୍ତ୍ରୀ

ସ୍ତ୍ରୀ

1 min
221


ସ୍ତ୍ରୀ ତୋର ଗୁଣ କିଏ ଗାଇପାରିବ,

ତୋ ବିନା ଏ ଜଗତ ଅଧୁରା ହୋଇବ।

ପୁରୁଷର ତୁହି ଅଧା ଅଙ୍ଗ ବୋଲାଇଥାଉ,

ପ୍ରତି ପୁରୁଷକୁ ଭଲ ମାର୍ଗେ ତୁହି ଆଣିଥାଉ।

ସ୍ତ୍ରୀ ତୋ' ପାଇଁ ସଂସାର ଗଢ଼ାହୁଏ,

ତୋ' ପାଇଁ ଦୁଃଖ ସବୁ ଦୂରେଇ ଯାଏ।

ତୋ' ପଣତରେ ସନ୍ତାନକୁ ରଖିଥାଉ,

ଗର୍ଭଧାରିଣୀ ହୋଇ ଗର୍ଭ ବେଦନା ସହିଯାଉ।

ସବୁ କର୍ତ୍ତବ୍ୟକୁ ତୁହି ପାଳନ କରିଦେଉ,

ଦୁହିତା ହୋଇ ଦୁଇ କୂଳର ଶୋଭା ବଢା଼ଉ।

ପୁରୁଷ ପାଇଁ ତା' ପାଖେ ସଦା ରହିଥାଉ,

ଭଲମନ୍ଦରେ ସବୁ ସମୟରେ ତୁହି ସାହାରା ହେଉ।

ତୋ' ପାଇଁ ସୁଖୀ ପରିବାର ସର୍ବଦା ରହିଥାଏ,

ତୋ' ମଥାରେ ନୀତି ସୁହାଗ ସିନ୍ଦୁର ଝଟକୁଥାଏ।

ତୋ' ହାତର ଶଙ୍ଖା ମଥାର ସିନ୍ଦୁର ପାଇଁ ବର ମାଗିଥାଉ,

ସଦା ପତିବ୍ରତା ହୋଇ ରହିବାକୁ ଇଚ୍ଛା କରିଥାଉ।

ସ୍ତ୍ରୀ ତୋ' ବିନା ଘର ଶିରୀ ଚାଲିଯାଏ,

ତୁ ପାଖେ ଥିଲେ ଗୃହେ ଲକ୍ଷ୍ମୀ ଶୋଭାପାଏ।


Rate this content
Log in

Similar oriya poem from Inspirational