STORYMIRROR

Secret Superstar

Crime Inspirational

3  

Secret Superstar

Crime Inspirational

ସତରେ ଯଦି ଧର୍ମ ବିପଦେ

ସତରେ ଯଦି ଧର୍ମ ବିପଦେ

1 min
183

ସାକ୍ଷୀ ଅଛି ଈତିହାସ 

ଅକାରଣେ ବହିଛି କେତେ ରକ୍ତ 

ଧର୍ମର ସୁରକ୍ଷା ପାଇଁ 

ତଥାପି କହୁଛ ତୁମେ 

ଧର୍ମ ଏବେ ବି ବିପଦେ !

କୁହନା ତୁମର ଧର୍ମ ର ଜୀବଦାନ ପାଇଁ

କେତେ ରକ୍ତ ଆଉ ଦରକାର ପଡଇ 

ସତରେ ଯଦି ଧର୍ମ ବିପଦେ 

କୁହନ ପ୍ରଭୁ ଶ୍ରୀରାମ ଶ୍ରୀରସୁଲ ଶ୍ରୀଖ୍ରୀଷ୍ଟ ଜନ୍ମିଛନ୍ତି କେଉଁରୂପେ ।


କହିପାର ତୁମେ ଅଛନ୍ତି ସେ ସଭିଙ୍କ ହୃଦୟେ 

ତାଙ୍କରି ଅଭୁଲା ସ୍ମୃତି ଲଢିବାକୁ ଦିଏ ଶକ୍ତି

ତେବେ ଛୋଟ ପ୍ରଶ୍ନଟିଏ

ଶ୍ରୀ ରାମ ରସୁଲଙ୍କ ସମୟେ 

ନଥିଲେ କି ଆଲ୍ଲା ଭଗବାନ ସଭିଙ୍କ ହୃଦୟେ 

ଲଢିବା କୁ ଧର୍ମଯୁଦ୍ଧ 

କେବଳ ହୃଦୟରେ ନୁହେଁ

ଦରକାର ଜୀବନ୍ତ ଆଦର୍ଶ ସଭିଙ୍କ ଜୀବନେ

କି ଲାଭ ଶହ ଶହ ଅର୍ଜୁନ ସହସ୍ର ଗାଣ୍ଡିବ ଥାଇ 

ସାରଥୀ ନୁହେଁ ଯଦି ମୋ କଳା କହ୍ନାଇ 

ସତରେ ଯଦି ଧର୍ମ ବିପଦେ

କୁହନା ପ୍ରଭୁ ଶ୍ରୀରାମ ଶ୍ରୀରସୁଲ ଶ୍ରୀଖ୍ରୀଷ୍ଟ ଜନ୍ମିଛନ୍ତି

କେଉଁରୂପେ ।


ଲଢିବା ଆଗରୁ

ଆସନା ମିଶି ଖୋଜିବା ତାଙ୍କୁ 

କେଉଁ ରୂପେ ପୁଣି ଜନ୍ମିଛନ୍ତି 

ଆମ ରାମ ରସୁଲ ଯୀଶୁ 

ହେବ ମହାଯୁଦ୍ଧ 

ଜୀବନ୍ତ ଆଦର୍ଶଙ୍କ ନେତୃତ୍ବେ ଜୀବନଯୁଦ୍ଧ

ଯୁଗ ଯୁଗ ପାଇଁ ପୁଣି ସୁରକ୍ଷିତ ହେବ ଧର୍ମ

ଜାଣିବେ ଜଗତବାସୀ ପ୍ରକୃତ ମର୍ମ

ରକ୍ତର ନୁହେଁ ପାଇଁ ଧର୍ମ ପାଇଁ ପ୍ରେମର ପ୍ରୟୋଜନ 

ସତରେ ଯଦି ଧର୍ମ ବିପଦେ 

କୁହନା

ପ୍ରଭୁ ଶ୍ରୀରାମ ଶ୍ରୀରସୁଲ ଶ୍ରୀଖ୍ରୀଷ୍ଟ ଜନ୍ମିଛନ୍ତି

କେଉଁରୂପେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime