ସତରେ କ'ଣ ଆମେ ପରାଜିତ
ସତରେ କ'ଣ ଆମେ ପରାଜିତ
ସତ୍ୟ ପଥର ପଥିକ ହୋଇ
ନ୍ୟାୟ ପଥର ପଥିକ ହୋଇ
ଧର୍ମ ପଥର ପଥିକ ହୋଇ
ସମତାର କଥା ଯଦି
ଆମେ ଦେଉ କହି
ହେଉ କିଆଁ ଆମେ ଦଣ୍ଡିତ
ସତରେ କ'ଣ ଆମେ ପରାଜିତ ?
ଦଲାଲ୍ ଟାଉଟରୀ
ଆମକୁ ଆସୁନାହିଁ
ଚୁଗୁଲି ଚପଟେ ମିଶୁ ନାହିଁ
ମିଛ ଅଭିନୟ କରି ଆସୁନାହିଁ
ପିହୁଳା ଏଣ୍ଡୁଅ ପରି
ଘଡି ଘଡିକେ
ରଙ୍ଗ ବଦଳାଇବା କଳା
ଆମ ମୁଣ୍ଡେ ଭାଇ ପଶୁ ନାହିଁ
ସେ ପାଇଁ ସେ
ସ୍ଵାର୍ଥପର ଦୁନିଆଁ କି
ଆମକୁ କରେ ଦଣ୍ଡିତ
ସତରେ କ'ଣ
ଆମେ ପରାଜିତ ?
ପରିବାରେ ଆଜି କଳହ
ପୃଥିବୀ ପୃଷ୍ଠଟା ଆଜି
କୋଳାହଳ ମୟ
ମିଳନ ବଦଳେ
ଦେଖାଯାଏ ବେଶୀ ବିରହ
ଅର୍ଥ, କ୍ଷମତା ଅକ୍ତିଆର ପାଇଁ
ସମସ୍ତେ ଏବେ ପାଗଳ ପ୍ରାୟ
ସର୍ବତ୍ର ଦେଖାଯାଏ
ରୋଗ, ଶୋକ
ଆତଙ୍କର ଭୟ
ସତ୍ୟ, ନ୍ୟାୟର
ଆଜି ସ୍ଥାନ ନାହିଁ
ବିଦୃପ କରନ୍ତି
ମିଥ୍ୟା ଓ ଅନ୍ୟାୟ
ଅସତ୍ କୁ ଆମେ
ସତ ନ କହିପାରି
ଆମେ କି ହେଉ ଦଣ୍ଡିତ
ସତରେ କ'ଣ
ଆମେ ପରାଜିତ ?
ଶାନ୍ତିର କଥା ଆମେ କହୁ
ଖୋଲା ହୃଦୟେ କଥା ହେଉ
ତୋ ମୋ'ର ପାର୍ଥକ୍ୟ ନ ଦେଖି
ସଭିଙ୍କୁ ନିଜର ମଣୁଥାଉ
ଗରିବ ଖଟିଖିଆ ଠାରୁ
ବାବୁ ହାକିମ ସମସ୍ତଙ୍କୁ
ଆମେ ଭଲ ପାଉ
ମାନବ ଜୀବନେ
ମାନବିକତାର
ମୂଲ୍ୟବୋଧ କଥା ଯଦି କହୁ
ଆମେ ହୋଇଥାଉ ଦଣ୍ଡିତ
ସତରେ କ'ଣ
ଆମେ ପରାଜିତ ?
ସମତା ମମତାରେ
ବିଶ୍ଵାସ କରୁ
ଲାଞ୍ଚ, ମିଛ, ଖଚକୁ ଆମେ ଡରୁ
ସ୍ନେସ, ମମତାର ଡୋରିରେ
ପରକୁ ଆପଣାର କରୁ
ସମାଜର ଖଳ
କପଟିଆଙ୍କ ଆଖିରେ
ଏଗୁଡା କୁଆଡ଼େ
ଆମେ ଦୋଷ କରୁ
ଯଦି ସେ ଟାଉଟର
ଦଲାଲ୍ ଙ୍କ କଥାରେ ହଁ ନ ଭରୁ
ତେବେ ଅକାଳେ ଆମେ
ମାନ ମହତ ସବୁ ସାରୁ
ସେମାନେ ତ ଅଟନ୍ତି ମହାମାରୁ
ଘଡିକେ ଦୁନିଆଁ କୁ
ସବୁ କରିଦେବେ ଚଳୁ
ତାଙ୍କ କଥାରେ
ଉଠବସ୍ ନ ହେଲେ
ଦାଣ୍ଡରେ ହାଟରେ
ସାରି ଦିଅନ୍ତି ଆମ ଇଜ୍ଜତ୍
ଥାପି ଲଢୁଛୁ ଲଢିବୁ ଆମେ
ଦୁନିଆଁ ରେ ତିଷ୍ଠି ରହିବାକୁ ସତ
ହେଉ ପଛେ ଆମେ ଦଣ୍ଡିତ
ସମାଜ ଆଖ୍ୟା ଦେଉ ପଛେ
ଆମେ ଲାନ୍ଛିତ
କେବେ ମନ ଓ ହୃଦୟ
ହୋଇନି କି
ହୋଇବ ନାହିଁ ଆହତ
ମାନସିକ ସ୍ତରେ
ହାରି ନ ଯାଇ
ମନକୁ କରିବୁ ଦୃଢ଼ୀଭୂତ
କେବେ ମନେ ଓ ହୃଦେ
ନ ଆସୁ ଆମର
ଆମ ନୀତି, ଆଦର୍ଶ
ମାନବିକତା, ମଣିଷପଣିଆ
ଦୁନିଆଁ ଆଖିରେ ଆଜି
ସତରେ କ'ଣ
ଆମେ ଆଜି ପରାଜିତ ।
