STORYMIRROR

Pratap Chandra Mishra

Classics

4  

Pratap Chandra Mishra

Classics

ସତୀସାବିତ୍ରୀ ଭକ୍ତି

ସତୀସାବିତ୍ରୀ ଭକ୍ତି

1 min
160


କାଠ ହାଣୁ ହାଣୁ ସ୍ୱଳ୍ପାୟୁ ସ୍ୱାମୀର

ପ୍ରାଣ ବାୟୁ ଚାଲିଗଲା।

କଳ୍ପ ବଟ ମୂଳେ କୋଳେ ମୃତ ସ୍ବାମୀ ଧରି ସ୍ତ୍ରୀ ଯତନେ ଇଷ୍ଟ ଚିନ୍ତା କଲା।


ନୀତି ନିୟମ ର ଦୃଢ଼ ବିଶ୍ବାସ ସତୀ ଥିଲା ସାବିତ୍ରୀ,

ସ୍ତ୍ରୀ ସମ୍ମୁଖ ରେ ପରୀକ୍ଷା ର ବେଳ ସତ୍ୟବାନ୍ ଙ୍କ ପ୍ରାଣ ଟାଣୁ ଥିଲେ ଜନ୍ତୁପତି।


ତିଳେ ହେଳା କାଟି ନ ଥିଲେ ଶାଶୁ, ଶ୍ଵଶୁର, ସ୍ଵାମୀ ଭକ୍ତି

ବାପା ମାଆଙ୍କ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିଥିଲେ ସଦା ମତି।


ସତୀ ଙ୍କ କୋଳ ରେ କଳ୍ପ ବଟ ତଳେ ଜନ୍ତୁ ପତି ବିବଶ,

ଯମ ଫାଶ ସେଠି ଅକାମୀ ହେଉଛି ଦୂତ ମାନେ ଅବଶ।


ଯେତେ ବୁଝାଇଲେ ସୃଷ୍ଟି ର ନିୟମ ଯମରାଜ ସାବିତ୍ରୀ ଙ୍କୁ,

ପତି ପ୍ରାଣ ବିନା ଅନ୍ୟ ଗତି ନାହିଁ ସଳଖ କହିଲେ ଯମ ରାଜା ଙ୍କୁ।


ନବଧା ଭକ୍ତି ର ରସପୂର୍ଣ୍ଣ ସେବା ଜନ୍ତୁପତି ହେଲେ ତୋଷ,

ସତ୍ୟବାନ୍ ଙ୍କୁ ଅଜ୍ରାମର କଲେ ଫେରାଇ ଦେଲେ ଆୟୁଷ।


ପଞ୍ଚ ସତୀ ମଧ୍ୟେ ଜଣେ ଥିଲେ ସିଏ

ସତ୍ୟବାନ୍ ଙ୍କ ର ସାବିତ୍ରୀ,

ଦୁହିତା ହୋଇ ଦୁଇ କୂଳ ଉଧାରିଲେ ମନ୍ତ୍ର ମୁଗ୍ଧ ଏ ଧରିତ୍ରୀ।


ସେହି ବ୍ରତ ପଥ ଅନୁସରି ସଧବା ନାରୀ ପାଳନ୍ତି ପୂଜା ବିଧି,

ଜ୍ୟେଷ୍ଠ ଅମାବାସ୍ୟା ସ୍ବାମୀ ଙ୍କ ଆୟୁଷ କାମନା ରେ କରିଥାନ୍ତି ସମୃଦ୍ଧି।


ସିନ୍ଥି ରେ ସିନ୍ଦୁର ହାତେ ଶଙ୍ଖା ଚୁଡ଼ି କଜଳ ଅଳତା ନାଇ,

ଶାଢୀ ମେହେନ୍ଦି ର ଅପାର ଶୃଙ୍ଗାର ହଳଦୀ ଶିଳ ପୁଆ ଥୋଇ।


ଲକ୍ଷ୍ମୀ ନାରାୟଣ ପ୍ରତୀକ ସ୍ଥାପନ୍ତି ଥୋଇ ପୁଷ୍ପ ଫଳ ନୈବେଦ୍ୟ ବିଭିନ୍ନ ପ୍ରକାର,

ବ୍ରାହ୍ମଣ ମୁଖରୁ ସତ୍ୟବାନ୍ ସାବିତ୍ରୀ ବ୍ରତ କଥା ଶୁଣି ଅହ୍ୟସୁଲକ୍ଷଣୀ ଆଶିଷ ଲଭନ୍ତି ସତ୍ୱର।


ଗୁରୁ ଗୁରୁ ଜନ ପ୍ରଣାମ କରି ସ୍ଵାମୀ ଙ୍କ ସାଉଁଟି ଆଶିଷ ,

ସ୍ଵାମୀ ପାଦୋଦକ ତୃପ୍ତି ରେ ନେଇ ନାରୀ ତା ଜୀବନ କରଇ ତୋଷ।


ସାବିତ୍ରୀ ବ୍ରତ ଏ ନିଷ୍ଠା, ପ୍ରେମ, ଭକ୍ତି, ନୀତି ଅନୁଶାସନ ର ଡୋରି।

କାୟ,ମନ,ବାକ୍ୟ ରେ ଯେଉଁ ନାରୀ ଏ ସାବିତ୍ରୀ ବ୍ରତ ପାଳଇ ,ସର୍ବ ସିଦ୍ଧି ରେ ବଢାଏ ସ୍ଵାମୀ ଘର ର ଶିରୀ।


Rate this content
Log in

Similar oriya poem from Classics