ସତେ ମୁଁ ଦେଖୁଛି ପରି ରାଇଜ କାହାଣୀ
ସତେ ମୁଁ ଦେଖୁଛି ପରି ରାଇଜ କାହାଣୀ
କାହିଁ ପ୍ରିୟା ଲାଗେ ମୋତେ
ତୁ ଥିଲେ ମୋ ସାଥେ ସାଥେ
ସତେ ମୁଁ ଦେଖୁଛି କେଉଁ
ପରି ରାଇଜ କାହାଣୀ ।
କାହିଁ ପ୍ରିୟା ଲାଗେ ମୋତେ
ହାତ ତୋର ଥିଲେ ହାତେ
ସେ ରାଇଜ ରାଜା ମୁଁ ଲୋ
ତୁହିଁ ଯେ ମୋହର ରାଣୀ।
କାହିଁ ପ୍ରିୟା ଲାଗେ ମୋତେ
ଦେଖୁଥାଏ ଯେବେ ତୋତେ
ହଜିଯାଏ ମନ ମୋର
ତୋହରି ମୀନ ନୟନେ ।
କାହିଁ ପ୍ରିୟା ଲାଗେ ମୋତେ
ତୁ ହସିଲେ ଆସ୍ତେ ଆସ୍ତେ
ଘୋଟିଯାଉ ମେଘ ପରି
ତୁହିଁ ଶୟନେ ସପନେ।
କାହିଁ ପ୍ରିୟା ଲାଗେ ମୋତେ
ଥାଏ ଯେବେ ତୋ ସଙ୍ଗତେ
ସତେକି ସ୍ଵର୍ଗରେ ମୁହିଁ
ମନ ମୋର ବୃନ୍ଦାବନେ ।
କାହିଁ ପ୍ରିୟା ଲାଗେ ମୋତେ
ମୋତେ ଖୋଜିଲେ ଏକାନ୍ତେ
ସବୁ କାମ ଛାଡି ଯିବି
ତୋହରି ବାହୁ ବନ୍ଦନେ।
କାହିଁ ପ୍ରିୟା ଲାଗେ ଡର
ତୁ ନ ଆସିଲେ ନଜର
ଅସ୍ଥିର ମନର ପୀଡା
ତିଳ ତିଳ କରି ମାରେ ।
କାହିଁ ପ୍ରିୟା ଲାଗେ ଭୟ
ହେଲେ ତୋ ସଙ୍ଗେ ବିରହ
ବଞ୍ଚିବି କିପରି କହ
ତୋ ବିନୁ ଏହି ଧରାରେ।

