STORYMIRROR

Sukadev Mahanta

Romance

4  

Sukadev Mahanta

Romance

ସତେ କି ଏମିତି ହୁଅନ୍ତା

ସତେ କି ଏମିତି ହୁଅନ୍ତା

1 min
210


ସତେ କି ଏମିତି ହୁଅନ୍ତା

ପୂର୍ଣ୍ଣମୀର ଶାନ୍ତ ସାୟନ୍ତନରେ

 କାକରସିକ୍ତ ଝାପ୍ସା ଜହ୍ନରାତିରେ

ଫିକା ଫିକା ଜ୍ୟୋତ୍ସ୍ନାଲୋକରେ

ତୁମ ପାଦପାଉଁଜିର ରୁଣୁଝୁଣୁ ଶବଦରେ

ଥିରି ଥିରି ପାଦଥାପି ଆସିଥାଆନ୍ତ ତୁମେ ଏକାନ୍ତରେ

ଭାଙ୍ଗିବାକୁ ସପନ ମୋହର

ତୁମର ସେ ହାତଦ୍ବୟ କୋମଳ ସ୍ପର୍ଶରେ।।


ଓଠ ମୋ ଚହଲି ଯାଆନ୍ତା

କେତେ କ'ଣ କହିଯାଆନ୍ତା

କିଛି ବି ମନେ ନଥାଆନ୍ତା

ହାତ ତୁମ ଧରି ଧିରେ ଧିରେ

ଲଗାନ୍ତି ମୋ ଦୁଇ ଓଠରେ

ହସ୍ତଦ୍ବୟ ପ୍ରସାରିତ କରି

 ବନ୍ଦୀ କରି ଦିଅନ୍ତି ତୁମକୁ

ମୋର ଦୁଇ ବାହୁବନ୍ଧନରେ ।।


ତୁମ ହସ୍ତ ଦ୍ବୟ ଛୂଇଁଥାଅନ୍ତା

ମୋର ରୁକ୍ଷ ଗମ୍ଭୀର ପିଠିରେ

ଭୁଲି ଯାଆନ୍ତି ମୁହିଁ ମୋ ନିଜ ଠିକଣା

ତୁମ ହାତ କୋମଳ ସ୍ପର୍ଶରେ

ହଜି ମୁଁ ଯାଆନ୍ତି କେଉଁ ଅତୀନ୍ଦ୍ରିୟ ଦେଶରେ

ନୀଳ ଗଗନର ନୀଳିମା ଭିତରେ

ତାରାଗଣ ମେଳେ ସପନ ବିଭୋରେ

ଝାପ୍ସା ଝାପ୍ସା ଜହ୍ନ ଆଲୁଅରେ ।।

ଆମେ ଦୁହେଁ ଉଡୁଥାନ୍ତେ

ଯୋଜନ ପରେ ଯୋଜନ ଆକାଶ ପଥରେ

ବସି ପକ୍ଷୀରାଜ ଘୋଟକ ପିଠିରେ

ମନ ଭରି ଯାଆନ୍ତା ରୋମାଞ୍ଚେ

ତୁମ ଦେହ କୋମଳ ସ୍ପର୍ଶରେ

ତୃଷା ମୋ ଯାଆନ୍ତା ମେଣ୍ଟି କ୍ଷଣକରେ

ତୁମ ପ୍ରୀତି ପରଶର ମଧୁ ପ୍ଳାବନରେ ।।

ଦେଖି ଜହ୍ନରାତି ହସୁଥାଆନ୍ତା

ଆକାଶର ରଙ୍ଗ ମଞ୍ଚପରେ

ଆମର ଏ ବୋକାମୀକୁ

କରୁଥାଆନ୍ତା ତାତ୍ସଲ୍ୟ ସେ ଆମ ଅକାମୀକୁ

ନ ବୁଝି ସେ ସମସ୍ୟା ଆମର

କହୁଥାଆନ୍ତା କର ବ୍ୟବହାର

ତୁମ ପାଶେ ଆସିଥିବା ସୁବିଧାସୁଯୋଗର

ସାକାର କରି ନେବାକୁ ଇଚ୍ଛାର

 କଳ ବଳ ଅବା କୌଶଳରେ

ରାତ୍ରୀର ସେ ବିଜନ ବେଳାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance