STORYMIRROR

Santosh Mishra

Abstract Classics Others

3  

Santosh Mishra

Abstract Classics Others

ସତ ଲୁଚେନି

ସତ ଲୁଚେନି

1 min
15

ଜିଭ !

ତୁମେ ଖୁବ୍ ଜଲଦି

ଓଲଟି ପାର,

ସେଇଥି ପାଇଁ ତ

ତୁମେ ଓଲଟିବା

ଜାଣି ପାରିଲେ

ଓଠ ତା'ର

କବାଟକୁ ଖୋଲିଦିଏ,

ଗୁଞ୍ଜରୀ ଉଠେ

ଶବ୍ଦ,

ନିକଟରେ ଥିବା

କାନ ଗୁଡିକ

ସତେଜ ହୋଇଯାଏ ।୧।


ହେଲେ

କଷ୍ଟ ଆସେ

ମନକୁ,

ଟିକିଏ ଧର୍ଯ୍ୟ 

ଧରିପାରିଥିଲେ

ହୁଏତ

ପରବର୍ତ୍ତୀ ପର୍ଯ୍ୟାୟରେ

ପଡ଼ି ନଥାନ୍ତା

ନିନ୍ଦିତ ହେବାକୁ ।୨।


କ'ଣ କରିବି ଯେ

ସତକୁ

ଲୁଚେଇ ରଖିବା

ମୋ ମନର

ବସ ନୁହେଁ,

ସେଇଥି ପାଇଁ ତ

ସତ

ଲୁଚିବା ଶିଖିନି

ବିଳମ୍ବରେ ହେଲେ ବି

ପଦାକୁ ବାହାରେ

ସତ କହେ ।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract