ଷ୍ଟୋରିମିରର୍
ଷ୍ଟୋରିମିରର୍
ଇଏ ଆମ ଷ୍ଟୋରିମିରର୍, ଇଏ ଆମ ଷ୍ଟୋରିମିରର୍
କବିତା ଗଳ୍ପରେ ସେତ ଭରପୁର
କଳା ସାହିତ୍ୟର ସମାହାର
ପାଇଥାଏ ସେ କେଡେ ଆଦର
ଇଏ ଆମ ଷ୍ଟୋରିମିରର୍
ପ୍ରକାଶ ପାଏ ଏଠି କଳା ଭାସ୍କର
ସର୍ବଦା ଚେଷ୍ଟିତ ରହେ ଭାଷା ସାହିତ୍ୟର
ସାହିତ୍ୟର ଏଠି ହୁଏ ସଦା ବିକାଶ
ଲୁକାୟିତ ପ୍ରତିଭାମାନଙ୍କର ହୁଏ ପରିପ୍ରକାଶ
ଇଏ ଆମ ଷ୍ଟୋରିମିରର୍
ନୂତନ ଯୁବପିଢିକୁ ଦେଇଥାଏ ଗଭୀର ପ୍ରେରଣା
ପ୍ରତିଭାମାନେ ପାଆନ୍ତି ଏଠି ବହୁତ ଉତ୍ସାହନ
ହୋଇଥାଏ ଏଠି ବିଭିନ୍ନ ପ୍ରତିଯୋଗିତା
ଲେଖକ ଲେଖିକାମାନେ ଦେଖାନ୍ତି ତାଙ୍କ ଦକ୍ଷତା
ଇଏ ଆମ ଷ୍ଟୋରିମିରର୍
ଲୁକାୟିତ ପ୍ରତିଭାମାନଙ୍କୁ ଆଣେ ଲୋକଲୋଚନକୁ
ବଛାଯାଏ ଉପଯୁକ୍ତ ପ୍ରତିଯୋଗିଙ୍କୁ
ସୁ ସମ୍ନାନର ସହ ହୁଅନ୍ତି ପୁରସ୍କୃତ
ମିଳିଥାଏ ତାଙ୍କୁ ମାନପତ୍ର
ଇଏ ଆମ ଷ୍ଟୋରିମିରର୍
ଅକାଂକ୍ଷା,ସୃଷ୍ଟିସୁଧା ନାମରେ ଦୁଇ ପତ୍ରିକା
ଦର୍ଶାଇଥାଏ ପ୍ରତିଭାମାନଙ୍କର ପାରଦର୍ଶିତା
ମନରେ ଆଣେ କେଡେ ଉତ୍କଣ୍ଠତା
ଇଏ ଆମ ଷ୍ଟୋରିମିରର୍
ଦୁନିଆ ଯାକ ଜାଣିବେ ସବୁଠି ପାଇବ ଆଦର
ସର୍ବେ ଜାଣିବେ ତାର ମହତ୍ବର
କଳା ଭାସ୍କର୍ଯ୍ୟରେ ପ୍ରତିଭାମାନଙ୍କର ରଖିଛି ସେତ ଟେକ
ସେଥିପାଇଁ ଷ୍ଟୋରିମିରର୍ ରହିଛି ବିଖ୍ୟାତ
ଇଏ ଆମ ଷ୍ଟୋରିମିରର୍
ଡକ୍ଟର ଝରଣା ଶତପଥୀ
ଭୁବନେଶ୍ବର