Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Inspirational

4  

Sunanda Mohanty

Inspirational

ସମୟର ଗୂଢତତ୍ତ୍ୱ

ସମୟର ଗୂଢତତ୍ତ୍ୱ

1 min
238



ଏକା ଏକା ଜୀବନରେ 

ନିଛାଟିଆ ଦୋଛକିରେ 

ମୁଁ କାହାର ଅପେକ୍ଷାରତ 

ବୋଧେ ସମୟର 


ସମୟ କାହାକୁ ଅପେକ୍ଷା କରେନା 

ଜାଣି ସୁଦ୍ଧା ବାଟବଣା 

ବେଳ ତ ସବୁବେଳେ ରତରତ 

କାହିଁକି କେଜାଣି କଟକଣା 


ଏକା ଏକା ଦାର୍ଶନିକ ହେବାରେ 

ପଥ ଓ ପାଥେୟ ପର୍ଯ୍ୟାପ୍ତରେ 

କାହିଁକି ଏତେ ଅସନ୍ତୋଷ 

ସମୟର ନାହିଁ ପଥପ୍ରାନ୍ତ 


ସମୟର ବି ନାହିଁ ଆଦିଅନ୍ତ 

ଯଦିଓ ସକାଳ ଓ ସନ୍ଧ୍ୟା ଆଗତ 

ମଧ୍ୟାହ୍ନ ପାଇଁ ନାହିଁ ଜାତିଗୋତ୍ର 

ସେଇଥିପାଇଁ ଲାଗେ ବୋଧେ ଅସମାପ୍ତ 


ଦାର୍ଶନିକ ମନସ୍ତତ୍ତ୍ୱ 

ସମୟ ନିକଟରେ ତୁଚ୍ଛ ଇତଃସ୍ତତ

ପରଜୀବି ଓ ଅନୁଜୀବରେ 

ସ୍ୱତନ୍ତ୍ର ସ୍ୱାତେନ୍ତ୍ରୟତା ଆଜି ପରାହତ 

ଅସମାହିତ ଓ ଭୀତତ୍ରସ୍ତ l


Rate this content
Log in

Similar oriya poem from Inspirational