Anita Dash

Inspirational


4  

Anita Dash

Inspirational


ଜୀବନ

ଜୀବନ

1 min 204 1 min 204


ଜନମ ମରଣ ଦୁଇ କୁଳ ଛୁଇଁ ବହୁଛି ସମୟ ନଈ

ଜୀବନ ନଉକା ବହିବାକୁ ହୁଏ ନଦୀ ପାର ହେବା ପାଇଁ ।

ଜୀବନ ନଉକା ପାରି କରିବାଟା ନାଉରୀକୁ ଅଛି ଜଣା

ବରଷା-ବତାସ, ଖରା-ଛାଇ ଖେଳ ସାଥେ ଖେଳି ହୁଏ ଜିଣା !


 

ସୁଖ ସମୟରେ ସୁଅ ତାଳେ ତାଳେ ନୌକାକୁ ନିଏ ବାହି

ଦୁଃଖ- ଝଡ଼ ସାଥେ ସ୍ରୋତ ପ୍ରତିକୂଳେ କଷ୍ଟ କ୍ଷଣ ପାର ହୋଇ !

ସଂସାର ମଞ୍ଚରେ ଜୀବନ ନାଟକ ହେଉଛି ପରିବେଷଣ 

ଅଭିନେତା ଆମେ, ଶ୍ରେଷ୍ଠ ଅଭିନୟ କରିଯିବା ଅନୁକ୍ଷଣ !


 

ଆମ ନିର୍ଦ୍ଦେଶକ ବିବେକର ବୋଲ ମାନି ଚଳୁଥିଲେ ସଦା 

ଜୀବନ ପରେବି ସ୍ମୃତିଟିଏ ହୋଇ ଚିର ଦିନ ରହିଥିବା ।

ପରମାତ୍ମା ଅଂଶ ଆତ୍ମା ରୂପୀ ହୋଇ, ଶରୀରରେ ଥିବା ଯାଏଁ

ଜୀବଟିଏ ପରା ଜୀବଦାନ ପାଇ ଜୀବନକୁ ଜୀଉଁ ଥାଏ !


 

ଆଳିକ ଜୀବନ କିଏବା ଜାଣିଛି କେଉଁ କ୍ଷଣେ ହେବ ଶେଷ 

ରାଗ-ରୋଷ, ଦ୍ୱେଷ- ଅହଂକାର ଭୁଲି ମନେ ରଖିବା ହରଷ !



 


Rate this content
Log in

More oriya poem from Anita Dash

Similar oriya poem from Inspirational