Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Inspirational

4  

Anita Dash

Inspirational

ଦୁଃଖ

ଦୁଃଖ

1 min
218



ଜୀବନ ମୁଦ୍ରାର ଦୁଇ ପାଖେ ପରା ଦୁଃଖ ସୁଖ ବେନି ସ୍ଥିତ

ଦୁଃଖ ବିନା ସୁଖ କଳପନା ତେବେ କାହିଁକି କରିବା ମିତ?

ଦୁଃଖ ଜୀବନର ଅମା ଅନ୍ଧକାର ସୁଖ ସକାଳର ଖରା 

ଅନ୍ଧକାର ପାଇଁ ଆଲୋକର ମାନ ଅନୁଭବି ଥାଏ ଧରା ।


ଯେଉଁ ଜୀବନଟି ଦୁଃଖ-ଝଡ ସହ ହୋଇନାହିଁ ପରିଚିତ 

ସେହି ଜୀବନଟି କହ କେବେ ହୋଇ ପାରିଛିକି ଚରଚିତ।

ଜୀବନ ମରୁରେ ଆସୁଥିବା ସବୁ ଝଡ କରେନାହିଁ ହତ 

ବରଦାନ ସମ କିଛି ଧୂଳି ଝଡ ସଫାକରେ ଚଲାପଥ ।


ଶରୀର ପୀଡାରେ କିଏ ଦୁଃଖ ପାଏ କିଏ ସହେ ମନ ପୀଡା 

ସଂପର୍କ ପୀଡାରେ କିଏ ହନ୍ତସନ୍ତ କେ ଭୋଗେ ନିଅଣ୍ଟ ପୀଡା।

କରମରୁ ବେଶୀ ଲୋଡିବାର ଆଶା,ଅନୁସରଣରେ ସୁଖ

ସେହି ଆଶା ଟିକ ନିରାଶା ହୋଇଲେ ମନ ହୋଇଥାଏ ଦୁଃଖ।


ଅଳିକ ଜୀବନ ଦୁଇ ଦିନ ଖେଳ ଆଜି ଅଛି କାଲି ନାହିଁ 

ଦୁଃଖ ସୁଖ ସବୁ ସମ ପ୍ରାୟ ମଣି ଜୀବନକୁ ଯିବା ଜୀଇଁ ।




Rate this content
Log in

Similar oriya poem from Inspirational