STORYMIRROR

Anita Dash

Inspirational

4  

Anita Dash

Inspirational

ଦୁଃଖ

ଦୁଃଖ

1 min
216


ଜୀବନ ମୁଦ୍ରାର ଦୁଇ ପାଖେ ପରା ଦୁଃଖ ସୁଖ ବେନି ସ୍ଥିତ

ଦୁଃଖ ବିନା ସୁଖ କଳପନା ତେବେ କାହିଁକି କରିବା ମିତ?

ଦୁଃଖ ଜୀବନର ଅମା ଅନ୍ଧକାର ସୁଖ ସକାଳର ଖରା 

ଅନ୍ଧକାର ପାଇଁ ଆଲୋକର ମାନ ଅନୁଭବି ଥାଏ ଧରା ।


ଯେଉଁ ଜୀବନଟି ଦୁଃଖ-ଝଡ ସହ ହୋଇନାହିଁ ପରିଚିତ 

ସେହି ଜୀବନଟି କହ କେବେ ହୋଇ ପାରିଛିକି ଚରଚିତ।

ଜୀବନ ମରୁରେ ଆସୁଥିବା ସବୁ ଝଡ କରେନାହିଁ ହତ 

ବରଦାନ ସମ କିଛି ଧୂଳି ଝଡ ସଫାକରେ ଚଲାପଥ ।


ଶରୀର ପୀଡାରେ କିଏ ଦୁଃଖ ପାଏ କିଏ ସହେ ମନ ପୀଡା 

ସଂପର୍କ ପୀଡାରେ କିଏ ହନ୍ତସନ୍ତ କେ ଭୋଗେ ନିଅଣ୍ଟ ପୀଡା।

କରମରୁ ବେଶୀ ଲୋଡିବାର ଆଶା,ଅନୁସରଣରେ ସୁଖ

ସେହି ଆଶା ଟିକ ନିରାଶା ହୋଇଲେ ମନ ହୋଇଥାଏ ଦୁଃଖ।


ଅଳିକ ଜୀବନ ଦୁଇ ଦିନ ଖେଳ ଆଜି ଅଛି କାଲି ନାହିଁ 

ଦୁଃଖ ସୁଖ ସବୁ ସମ ପ୍ରାୟ ମଣି ଜୀବନକୁ ଯିବା ଜୀଇଁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational