ବିଚ୍ କାର୍ନିଭାଲ୍
ବିଚ୍ କାର୍ନିଭାଲ୍
ସକାଳର କେଶର ଛିଟା
ସଂଧ୍ୟା ର ରକ୍ତିମ ଆଭା
ଅନ୍ତହୀନ ଜଳରାଶି
ସାଗର ତଟରେ
ସ୍ୱପ୍ନ ଅପେକ୍ଷାରେ
ଜହ୍ନ ଆସିବ
ରୂପା ପରି ଚମକିବ....
ତାରକାର ବଜାର ମେଲିବ
ଅଗଣିତ ଢେଉ
ରାତି ଟିକେ ଲମ୍ବିଯାଉ
ଜୀବନ ର ସବୁ ଯନ୍ତ୍ରଣା
ଅବସର ନେଉ
ବ୍ଲୁ ଫ୍ଲାଗ ବେଳାଭୂମି ର
ଝିଲ୍ ମିଲ୍
ଆଲୋକ ମାଳାରେ
ମତୁଆଲା ହେବ
ଅଭାବି ଦରଦୀ ମନ
ବଞ୍ଚିବାକୁ ଅଛି ଏକାଏକା
ଅବସର ବୋନସ୍ ଜୀବନ
ପଉଷ ଶୀତରେ
ମୋହଗ୍ରସ୍ତ କରେ
ବିଚ୍ କାର୍ନିଭାଲ୍
ଫୁଡ୍ ଫେଷ୍ଟିଭାଲ ......
କେବେ କେବେ ଶାନ୍ତ ସ୍ଥିର
ଉର୍ମିମାଳା ଗୁମ୍ ମାରେ
ବେଳା ଭୂମି ଗୁମୁରି କାନ୍ଦେ
ବୁକୁଫଟା କାନ୍ଦ
ବାଲିପରେ ଚାଲିଥାଏ
ବିରହ ବିଧୁର ପ୍ରେମିକ କବିର
ଫଗୁଣ ଆସର.....