Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର ଲେଙ୍କା

Inspirational

4  

ଅନିଲ କୁମାର ଲେଙ୍କା

Inspirational

ଆଶା

ଆଶା

1 min
255



'ଆଶା' ମୋ ସ୍ବପ୍ନର ସେଫାଳୀ

ଯେ ନିର୍ଜନ ରାତିରେ ଉଜାଗର ହୋଇ

ସ୍ନେହର ପ୍ରେମର ସଙ୍ଗୀତ ମୂର୍ଚ୍ଛନା ସବୁ

ମୋ ମଧୁର ସ୍ମୃତି ପଲକରେ ସାଉଣ୍ଟନ୍ତି !

ଆଶା ମୋ ପାଇଁ ଦିନର ଭାବନା

ଆଉ ସେ କେବେ ରାତିର ନୀରବ ପହରେ

ପ୍ରୀତି ପିୟୂଷର ମରୀଚିକା ବେଶରେ

ନିର୍ବ୍ୟାଜ ସମ୍ପର୍କର ଏକ ନିର୍ବୃତ୍ତ ବିତର୍କ !

ଆଶା ମୋ ପାଇଁ ସ୍ନିଗ୍ଧ ପାଗଳାମି

ନିଷ୍କ୍ରିୟ ସୁନାମୀର ସନନ୍ଦରେ

ମିଛ ଅଭିମାନର ମାୟାଜାଲରେ

ଛାତିତଳ କୋହରେ ହୃଦୟର ମୋହରେ

ମୋ ସ୍ପନ୍ଦନର ଦରଦୀ ଝରଣାରେ

କଳକଳ କରୁଥିବା ଝଙ୍କାର !

ମୋ ମିଠା ଅଭିଳାଷର ମଧୁର ବିଳାସରେ

ଆଶା ଏକ ଅଶାନ୍ତ ଅନୁରାଗ

କେବେ କପଟ ମିରିଗ ତ

ପୁଣି କେବେ ସ୍ବବ୍ଧ ଅନୁତାପ !

ଅସ୍ତମିତ ବିଳାପରେ

ସ୍ନେହର କାନନ ବକ୍ଷରେ

ଆଶା ଏକ ଲତାର ମେଳଣ

ଆଉ ନିଦ୍ରାଗତ ସ୍ମୃତିର ସୁପ୍ତ ଅନୁଭୂତି !

ଆଶା ସତରେ କୃତ କୂଳଙ୍କଷା

ତାାର କୁମ୍ଭୀପାକ ନିଶାରେ

ମୋର କୂଟଜ ଭାବନା ସବୁରେ ଭରା

ଆନମନା ସ୍ବପ୍ନାବିଷ୍ଟ ଚେତନାର ବାର୍ତ୍ତା !!

  

[ଶବ୍ଦାର୍ଥ :-

ନିର୍ବ୍ୟାଜ- ଛଳନାଶୂନ୍ୟ, ନିର୍ବୃତ୍ତ- ସମ୍ପର୍ଣ୍ଣ, କୃତ-ରଚିତ, କୂଳଙ୍କଷା-ନଦୀ, କୁମ୍ଭୀପାକ-ନର୍କ,କୂଟଜ-ବଣମଲ୍ଲୀ ]


Rate this content
Log in

Similar oriya poem from Inspirational