Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Inspirational

4  

Tikeshwar Sahu

Inspirational

ଆଶା

ଆଶା

1 min
226



ଶୈଶବର ଆଶା ମାଆର ପଣତ

    ମାତୃସ୍ତନ୍ୟ କ୍ଷୀରପାନ,

ବିଭୁଦତ୍ତ ଦାନ ଆଶା କରେ ପୂର୍ଣ୍ଣ

  ଶିଶୁ ଅଟେ ମହାଧନ |୧|

ବୃଦ୍ଧ ପିତାମାତା ଆଶା ପୁଅଝିଅ

    ଅନ୍ଧର ଲଉଡ଼ି ପୁଅ,

ବଞ୍ଚିବା ପାଇଁକି ଖାଦ୍ୟ ଓଉଷଧ

  ପୁଅ ସରି କେହି ନୁହଁ |୨|

ଛାତ୍ରଛାତ୍ରୀ ଆଶା ଗୁରୁ ଗୁରୁଜନ

    ମୁଖର ମହତବାଣୀ,

କଥାମୃତ କରେ ଆଶାକୁ ପୂରଣ

  ଶିଷ୍ୟ ମନ ଆଶା ଜାଣି |୩|

ସ୍ବାମୀ ସ୍ତ୍ରୀ ଦୁହେଁ ପରସ୍ପର ପାଇଁ

    ଅଟନ୍ତି ପରିପୂରକ ,

ଆଶା ନିରାଶାର ଭେଦରୁ ଉର୍ଦ୍ଧ୍ବରେ

   ତୁଳସୀର ଉଦୋଦକ |୪|

ଲୋଭୀ ଜନ ଆଶା ପରସ୍ବ ହରଣ

   ପର ଧନେ ସଦା ମନ,

ଚୋର ମନ ଆଶା ଅନ୍ଧାର ରାତିରେ

   ଚୋରିବାକୁ ପର ଧନ |୫|

ବିବେକୀର ଆଶା ପରକୁ ସାହାଯ୍ୟ

  କରିଗଲେ ହୁଏ ଧନ୍ୟ,

ଶାନ୍ତିର ପ୍ରଲେପ ହୃଦୟକୁ ଲେପେ

   ତେଜିଦିଏ କାରପଣ୍ୟ |୬|

ଭକତର ଆଶା ପ୍ରଭୁ ପଦ ସେବା

    ଚନ୍ଦନ ଚର୍ଚ୍ଚିତ କରି,

କୁସୁମ ସୁବାସେ ଚତୁର୍ଦ୍ଦିଗ ହସେ

   ଭକ୍ତ ଆଶା ପୂର୍ଣ୍ଣ କରି |୭|

ଭୋକିଲାର ଆଶା ପେଟ ପୂରା ଭାତ

   ନବାରଇ ଲୁଣତୁଣ,

ମିଳିଗଲେ ଭାତ ତା' ଆଶା ପୂରଣ

  ଭୋକ ହୁଏ ନିବାରଣ |୮|

ଆଶା ବହୁ ଦୂର ଆଶାର କିରଣ

  ଆଗକୁ ବଢ଼ାଉ ଥାଏ ,

ଆଶା ରଖିକରି କାର୍ଯ୍ୟକୁ କରିଲେ 

   ଆଶା ହିଁ ପୂରଣ ହୁଏ |୯|

ଶ୍ରୀକୃଷ୍ଣଙ୍କ ଭାଷା କାର୍ଯ୍ଯଟିରେ ଆଶା

  ନ ରଖି କାର୍ଯ୍ଯକୁ କର,

ପ୍ରଭୁ ରହିଛନ୍ତି ତାଙ୍କରି ପଛରେ

   କରିବାକୁ ଭରପୂର |୧୦|



Rate this content
Log in

Similar oriya poem from Inspirational