STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ଶିଳାପଦ୍ମ : କୋଣାର୍କ

ଶିଳାପଦ୍ମ : କୋଣାର୍କ

1 min
367

ଗଙ୍ଗ ବଂଶୀ ରାଜା ଉଡାଇବେ ଧ୍ୱଜା

     ଦୁଇ ଶତ ଫୁଟ ରଥ

ସୂର୍ଯ୍ୟନାରାୟଣ   ଦେବେ ଦରଶନ

    ପୂର୍ଣ୍ଣ କରି ମନୋରଥ।

    ଅର୍କ ପରି କୋଣ ଦୀପ୍ତ

ଚନ୍ଦ୍ରଭାଗା ତୀର୍ଥ  ପାଇବ ତା ଅର୍ଥ

    ଜଗତରେ କୀର୍ତ୍ତି ବ୍ୟାପ୍ତ।


ସାଗର ବକ୍ଷେଣ ସ୍ଥାନ ନିରୂପଣ 

    ସିବେଇ ସାନ୍ତରା ମନ୍ତ୍ରୀ

ଶିଳା ଖଣ୍ଡ ମାନ ସାଗରେ ପଡିଣ

    ବୁଦ୍ଧି ହଜାଇଲେ ସନ୍ତ୍ରୀ।

    ବୃଦ୍ଧା ଠାରୁ ଖାଇ ଜାଉ

ଭେଦ ପାଇଗଲେ  କୂଳରୁ ପୋତିଲେ

    ପଥ ହୁଡିବେ କି ଆଉ !


ନରସିଂହ ଦେବ ଧନ୍ଯ କୀର୍ତ୍ତି ତବ

    ସ୍ଥାପିଲ ଶିଳାର ପଦ୍ମ

ବାର ଶହ ଶିଳ୍ପୀ ବାର ବର୍ଷ କଳ୍ପି

    ତଥାପି ରହିଲା ଛଦ୍ମ।

    ମୁଣ୍ଡି ମାରିଲା ଧରମା

ବାରଶ ପଚାଶ ସାଲରେ ଅବଶ୍ଯ

     ଜନ୍ମିଲ ବିଚିତ୍ର କର୍ମା।


ବାର ବରଷର  କୀର୍ତ୍ତି ବାଳକର

    ବିଶ୍ୱ ଇତିହାସେ ଲେଖା

ଆସିଥିଲା ଧରି  ବାଡି ବରକୋଳି

    ପାଇବ ପିତାର ଦେଖା।

    ବିଧି ଲେଖିଥିଲା ଭିନ୍ନ 

ମୁଣ୍ଡି ମାରି ସାରି  ଜାତି ରକ୍ଷା ଘାରି

    ସାଗରେ ହେଲା ନିଶ୍ଚିହ୍ନ ।


ଚୁମ୍ବକେ ଝୁଲନ୍ତ   ରବି ମୂର୍ତ୍ତିମନ୍ତ

    ଶିକର ବିଶ୍ବ ବିଖ୍ୟାତ

ହୋଇ ଆକର୍ଷିତ  ହେଲା ଭୂପତିତ

     କେଉଁ ଅଭିଶାପ ଗ୍ରସ୍ତ ।

     ନାଟ୍ୟ ମଣ୍ଡପକୁ ଦେଖି

କଳା ପାଗୋଡାର  କୃତିତ୍ବକୁ ସ୍ମର

     ଆଖି ଯାଏ ତହିଁ ଲାଖି।


ରଥ ଚକ୍ର ମାନ   ହୁଏ ଦୃଶ୍ୟମାନ

    କାମରତ ନର ନାରୀ

ନୃତ୍ଯରତା ନଟୀ  କ୍ଷୀଣ ଯା'ର କଟି

    ଶିଶୁ ସ୍ତନ୍ଯପାନ କରି।

     ପଶୁ ପକ୍ଷୀ ଗଛଲତା

କଳାର କୋଣାର୍କ  ଅବା ଶିଳା ଅର୍କ

     ଭରି ଦିଏ ପ୍ରସନ୍ନତା।


ୟୁନେସ୍କୋ ଐତିହ୍ୟ ମାନ୍ୟତା ପ୍ରବାହ

     ଉତ୍କଳୀୟ ଶିଳ୍ପୀ ଧନ୍ୟ

ସନ୍ନିକଟେ ଉଭା  ନୀଳାଚଳ ଆଭା

     ଧଳା ପାଗୋଡାର ମାନ୍ୟ।

     କେତେ କାବ୍ୟ ଉପନ୍ୟାସ

ପ୍ରବନ୍ଧ ସୃଜନ    କୀର୍ତ୍ତି ଅଗଣନ

     ଶିଳାପଦ୍ମ ଜୀବନ୍ୟାସ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational