ଷୋଳ କଳାରେ ଚକାଡୋଳା
ଷୋଳ କଳାରେ ଚକାଡୋଳା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଷୋହଳ କଳାରେ କାଳିଆ ମୋର କଳା ଠାକୁର
କଳା କଳେବର କଳି ରେ ତାଙ୍କ ଲୀଳା ଅପାର।
ଜୀବନ ର ସାର କଥାଯେ ପ୍ରତି କଳା ବଖାଣେ
ଜ୍ଞାନ ରୁ ଉଦ୍ଭବ ଭାବ ସେ ଭାବ ଭରେ ପରାଣେ।।
ପ୍ରଥମ କଳା ସେ 'ନିବୃତ୍ତି' ଶାନ୍ତି ମୁକତି ପଥ
ମାୟା ମୋହ ସବୁ ପାଶୋରି ଜପ ଶ୍ରୀଜଗନ୍ନାଥ।
ମାୟା ମରିଚିକା ପଛରେ ଜମା ହୁଅନି ବାଇ
ପ୍ରଭୁ ପାଦେ ଗଲେ ଶରଣ ଭବୁ ପାଇବ ତ୍ରାହି।
'ପ୍ରତିଷ୍ଠା' ଦ୍ବିତୀୟ କଳାଟି ଭକ୍ତି ନିଷ୍ଠା ର କଥା
ସତ୍ୟ ଦୟା ଧର୍ମ କରମ ନୀତି ନାୟ ରେ ନିଷ୍ଠା।
ସତ୍ୟ ପଥେ ସଦା ଚଳିଲେ 'ପ୍ରତିଷ୍ଠା' ଯେ ମିଳଇ
ଯଶ ଅରଜନ ସହିତ ପ୍ରାଣ ଧନ୍ୟ ହୁଅଇ।
ତୃତୀୟ କଳା ଯେ 'ବି'ଦ୍ୟା' ଜୀବନ ର ଭୂଷଣ
ସେ ମହା ଧନ କୁ ମନରେ ବାରେ କର ଅର୍ଜନ।
ବିଦ୍ଯା ଅରଜନ କରିଣ ନିଶ୍ଚେ ବିତରି ଯିବ
ବିଦ୍ଯା ବିତରଣ କରିଲେ ମହା ପୂଣ୍ୟ ଅର୍ଜିବ।
ମହାପ୍ରଭୁ ଙ୍କର ଚତୁର୍ଥ କଳା ଅଟଇ 'ଶାନ୍ତି '
ଶାନ୍ତାକାର ସତ୍ୟ ସୁନ୍ଦର ଯୋଗୀ ଜନ ସ୍ମରନ୍ତି।
ଶାନ୍ତ ସ୍ଥିର ଚିତ୍ତେ ପ୍ରଭୁଙ୍କ ପାଦେ ରଖିଲେ ଲୟ
ଦୂର ହୋଇଯାଏ ଜୀବନୁ ଭବ ଯାତନା ଭୟ ।
ପଞ୍ଚମ କଳା ଯେ 'ଇନ୍ଧିକା' ଜୀବନ ର ଇନ୍ଧନ
ମନେ ଭରିଦିଏ ଶକତି ଉଛୁଳଇ ଜୀବନ।
ଶକ୍ତି ଉପଯୋଗ ମାର୍ଗଟି ଷଷ୍ଠ କଳା 'ଦୀପିକା'
ଦାଉ ଧକ୍କା ଯେତେ ଆସିଲେ ପ୍ରାଣ ହୁଏନି ଥକ୍କା।
ସପ୍ତମ କଳା ଯେ 'ରୋଚିକା' ରୋକେ ଦୁଷ୍ଟ ପ୍ରବୃତ୍ତି
ନିଜ ଦୋଷ କଲେ ସ୍ବିକାର ମିଳିଥାଏ ରେ ଶାନ୍ତି।
ଭଲ ବାଟ ସେତ ଦେଖାଏ ଏହି 'ରୋଚିକା କଳା
ଜୀବନ ସରଳ ସୁନ୍ଦର ଉଣା ଜୀବନ ଜ୍ବଳା।
'ମୋଚିକା' ଯେ ମହାପ୍ରଭୁ ଙ୍କ ଦିବ୍ୟ କଳା ଅଷ୍ଟମ
ଦୂର କରିଥାଏ ପରାଣୁ ସେତ ମାୟା ର ଭ୍ରମ।
ମୋହ ମାୟା ଠାରୁ ନିଜକୁ ରଖିଲେ ତ ଦୂରେଇ
ମହାପ୍ରଭୁଙ୍କର ନିଜର ନିଶ୍ଚେ ପାରିବ ହୋଇ ।
ମହାପ୍ରଭୁଙ୍କର ନବମ କଳା "ବ୍ର'ହ୍ମଚର୍ଯ୍ଯ'
ବ୍ରହ୍ମଚର୍ଯ୍ଯ ବ୍ରତ ପାଳନେ ବଢେ ବ'ଳବୀର୍ଯ୍ଯ।
ଚରିତ୍ରବାନଙ୍କ ସ୍କନ୍ଧ ରେ ସଦା ଲକ୍ଷ୍ମୀ ରୁହନ୍ତି
ଧନ ଜନ ମାନ ସମ୍ମାନ ସବୁ ବୃଦ୍ଧି ହୁଅନ୍ତି।
'ସୂକ୍ଷ୍ମ' ଯେ ପ୍ରଭୁଙ୍କ ଦଶମ ଦିବ୍ୟ କଳା ର ନାମ
ସୂକ୍ଷ୍ମ ବୁଦ୍ଧି ସୂକ୍ଷ୍ମ ବିଚାରେ ସିଦ୍ଧି ସକଳ କାମ ।
ନିରାମୟ 'ସୂକ୍ଷ୍ମ ଅମୃତ' ଏକାଦଶ କଳା ଟି
ଅମୃତ ବଚନେ ଶତୃର ହୃଦ ହୁଅଇ ଜିତି ।
'ଜ୍ଞାନ' ଯେ ଦ୍ବାଦଶ କଳାଟି ଜୀବନ ର ଆଧାର
ଆଲୋକିତ ହୁଏ ପରାଣ ଘୁଞ୍ଚି ଯାଏ ଅନ୍ଧାର।
ଜ୍ଞାନ ର ମହିମା ଅସୀମ ଯାର ତୁଳନା ନାହିଁ
ଜ୍ଞାନ ବଳେ ଛନ୍ଦା ଚରଣେ ସ୍ଥାନ ମିଳି ଯେ ଥାଇ ।
'ଜ୍ଞାନାମୃତ' ଜ୍ଞାନ ଅମୃତ ତ୍ରୟୋଦଶ କଳାଟି
ସ୍ନେହ ଶ୍ରଦ୍ଧା ଶାନ୍ତି ସଂପ୍ରିତି ପ୍ରଭୁ ବିତରି ଥାନ୍ତି ।
ଚତୃଦଶ କଳା ପ୍ରଭୁଙ୍କ ସେତ 'ଆପ୍ୟା'ୟୀନି'
ସମାଜ କଲ୍ୟାଣ କାରିଣୀ ସ୍ନେହ ଶ୍ରଦ୍ଧା ଦାୟିନୀ।
ପଞ୍ଚଦଶ କଳା ପ୍ରଭୁଙ୍କ ନାମ ଅଟେ 'ବ୍ଯାପିନୀ'
ସତ୍ୟ ସନାତନ ପ୍ରସାର ପାପ ତାପ ହାରିଣୀ।
କଳିଯୁଗେ ସତ୍ୟକାମ ଙ୍କୁ ମିଳେ ପ୍ରଥମେ କଷ୍ଟ
ପ୍ରଭୁଙ୍କର ଗଲେ ଶରଣ ଦୂର ହୁଅଇ ରିଷ୍ଟ।
ବ୍ୟୋମରୂପା ସେତ ଷୋଡ଼ଶ ଦିବ୍ୟ କଳା ଅଟଇ
ବ୍ୟୋମ ରୁ ବିଶାଳ ଜଗତ ନାଥ ଜଗତ ସାଇଁ।
ଅସୀମ ମହିମା ମୟ ସେ ତାଙ୍କ ତୁଳନା ନାହିଁ
ଅସାଧ୍ୟ ହୁଅଇ ସାଧନ ପ୍ରଭୁ ଆଶିଷ ପାଇ।
କଳା ଦିଅଁ କଳା ଠାକୁର ତୁମେ ଷୋହଳ କଳା
ଷୋହଳକଳା ରୁ କଳାଏ ନନ୍ଦ ଯଶୋଦା ବଳା।
କଳାମୟ କଳାକାର ହେ ଜଗତର ଭରଷା
ଜଗତରୁ ଦୂର କରହେ ସବୁ ଦୁଃଖ ଦୁର୍ଦ୍ଦଶା।