Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ପୂହ୍ନେଇ ରାତି ଭାବ ଭକତି

ପୂହ୍ନେଇ ରାତି ଭାବ ଭକତି

1 min
9



ଜୋଛନା ସାଉଁଳା ପୂହ୍ନେଇ ରାତିରେ

ମାଟିରୁ ଆକାଶ ହସେ

ଆକାଶ ସତେକି ଆଶିଷ ବରଷି

ତାମସା ତିମୀର ନାଶେ ।


  ବୈଶାଖ ପୂର୍ଣ୍ଣିମା ଜହ୍ନ ର ଆଲୁଅ

  ବୁଦ୍ଧଙ୍କର ବାଣୀ ଘୋଷେ

  ସତ୍ୟ ଅହିଂସା ର ମହିମା ମଣ୍ଡିତ

  ଆଲୋକିତ ପଥ ହସେ ।


  ଜ୍ୟେଷ୍ଠ ମାସ ଶେଷ ପୂହ୍ନେଇ ପରଷ

 ଜହ୍ନର ଜୋଛନା କହେ

  ସ୍ନାହାନ କରିଣ ଚତୁର୍ଦ୍ଧା ମୂରତୀ 

 ଖଇଫୁଟା ତାତି ଦେହେ ।


  ଆଷାଢ଼ ପୂର୍ଣ୍ଣିମା ବ୍ୟାସଦେବ ଙ୍କର

  ପବିତ୍ର ଜନମ ଦିନ

 ସେ ଶୁଭ ଦିନ ଟି ଗୁରୁ ପୂର୍ଣ୍ଣିମା ଲୋ

  ଗୁରୁଙ୍କ ହୁଏ ପୂଜନ !


  ଶ୍ରାବଣ ପୂର୍ଣ୍ଣିମା ଝୁଲଣ ଯାତରା

  ଶ୍ରୀକ୍ଷେତ୍ର ଉଛୁଳୁ ଥାଏ

ତୁଳସୀ କ୍ଷେତ୍ରରେ ବଳଭଦ୍ର ଜନ୍ମ 

   ଭକତ ପାଗଳ ହୁଏ।୫!

  

 କୁଆଁର ପୂହ୍ନେଇ ଜହ୍ନରାତି ଗାଏ

କୁଆଁର ପୂହ୍ନେଇ ଗୀତ

ଗଜଲକ୍ଷ୍ମୀ ଙ୍କର ପୂଜା ଆବାହନେ

    ଚଉଦିଗ ପୁଲକିତ।


 ଇନ୍ଦୁ ପୂହ୍ନେଇ ରେ ଜହ୍ନ ର ଆଲୁଅ

 ଶିଶିର ରେ ହୁଏ ଭିଜା

ମେଘ ବରଷା ର ଦେବତା ଯେ ଇନ୍ଦ୍ର

  ସେଦିନ ହୁଅନ୍ତି ପୂଜା ।


 କାର୍ତ୍ତିକ ପୂହ୍ନେଇ ତୋଫା ଜହ୍ନ ଗାଏ

 ସାଧବ ପୁଅଙ୍କ ଗାଥା

କଳା କାହ୍ନୁ ଙ୍କ ର ଶରତ ରାହାସ 

  ପ୍ରାବୃଟ ପ୍ରେମ ର କଥା।


 ମଗୁଶୁର ମାସ ପୂହ୍ନେଇ ରାତିରେ

 ପଣ୍ଡୁଓସା ପରା ହୁଏ 

 ପୁଅ ଝିଅଙ୍କର ମଙ୍ଗଳ ପାଇଁକି

  ଯମ ଙ୍କୁ ତ ପୂଜା ଯାଏ।


 ପୁଷ ପୂହ୍ନେଇ ରେ ପୁଷ୍ୟାଭିଷେକ ଲୋ

 ହୁଅନ୍ତି କଳା ବଦନ

ରତନ ବେଦୀରେ ସୁନାବେଶ ହୋଇ

 ଦିଅନ୍ତି ପ୍ରଭୁ ଦର୍ଶନ।


 ମାଘ ପୂର୍ଣ୍ଣିମା ତ ଅଗିରା ପୂହ୍ନେଇ

 ଗାଁ ମୁଣ୍ଡେ ଅଗି ଜଳେ

  ଶୀତ ଚାଲିଯାଏ ଫଗୁଣ ପରଷ

 ରଙ୍ଗର ମୁରୁଜ ଢାଳେ ।


ଦୋଳ ପୂହ୍ନେଇ ରେ ରାତିସାରା ହୁଏ

 ଦେଉଳରେ ଦୋଳଯାତ

ଭାବର ପାର୍ବଣ ଆବିର ଅର୍ପଣ

 ହରି ଶଙ୍କର ଙ୍କ ଭେଟ ।


 ଚଇତି ପୂହ୍ନେଇ ଜହ୍ନ ଯୋଛନାରେ

  କୈବର୍ତ୍ତ ଙ୍କ ଘୋଡା ନାଚ

 ମାଆ ବାଶେଳୀ ଙ୍କ ପୂଜା ଅରଚନା 

   ଦୁଲୁକି ଉଠଇ ମଞ୍ଚ।


ବାରମାସ ବାର ପୂହ୍ନେଇ ରାତିର

କାହାଣୀ ତ ନୂଆନୂଆ

ଆନନ୍ଦ ମୁଖର ସବୁ ଗାଁ ଗଣ୍ଡା

ଭାବ ହୁଏ ଦିଆନିଆ ।





Rate this content
Log in

Similar oriya poem from Abstract