Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ହାଏ ରେ ମୋ ଭୁବନେଶ୍ୱର

ହାଏ ରେ ମୋ ଭୁବନେଶ୍ୱର

2 mins
17



ହାଏରେ ହାଏରେ ହାଏ ମୋ ଭୁବନେଶ୍ୱର 

ମନ୍ଦିର ନଗରୀ ବୋଲି କ୍ଷାତି ଯେ ଅପାର ।   

ଖଣ୍ଡଗିରି ତଳ ସେହି ଛୋଟିଆ ସହର

 ବଢ଼ିବଢ଼ି ହୋଇଲାଣି ସେ ମହାନଗର।   

  

  ପ୍ରତିଦିନ ଲମ୍ବୂଅଛି ତାର କଳେବର

  କେତେ ପଲ୍ଲୀ ସାହି ବସ୍ତି ବିହାର ନଗର ।

  ନିତି ହେଉଅଛି ଗଢା କେତେ ନୂଆ ଘର

  ଆରେକେ ଆରେକୁ ବଳି ଦିଶନ୍ତି ସୁନ୍ଦର।


   ମନେ ହୁଏ ସବୁ ଏଠି ସୁଖି ପରିବାର

   ଆଲୋକିତ ଇଲାକା ଏ ଖୁସିର ଯୁଆର ।

   ସବୁତ ଓଲଟା, ଭରା ଅମା ଅନ୍ଧକାର

   ଅସଜଡା ଭିତରଟା ଉଜୁଡା ସଂସାର ।


   ବାପ ପୁଅଙ୍କର ଏଠି ଭିନେ ଭିନେ ଘର

   ଭାଇତ ଭଗାରୀ ପୁଣି ମାଆ ସାତ ପର ।

   ବାପା ଠାରୁ ବେଶି ଏଠି ଶଶୁର ନିଜର

   ଜ୍ବାଇଁ ପାଇଁ ସିଏ କାଳେ ସାକ୍ଷାତ ଈଶ୍ବର ।


   ଉଆସ ପରିକା ପୁଣି ଅଛି କେତେ ଘର

   ପତି ପତ୍ନୀ କେହି କାର ନୁହନ୍ତି ନିଜର ।

   ଅବାଟରେ ଚାଲେ କାହା ଏକମାତ୍ର ପୁତ୍ର

  କଳା ଟଙ୍କା ପାଇଁ ପୁଣି କିଏ ଖୋଜେ ସୂତ୍ର । 


   ବିଦେଶରେ ରହିଛନ୍ତି ପିଲାମାନେ କାର

   ବୁଢା ବୁଢ଼ୀ ସାଜିଛନ୍ତି ଏଠି ଚୌକିଦାର ।

   ପଡିଶା ଲୋକଙ୍କୁ ଏଠି ଚିହ୍ନିବାଟା କଷ୍ଟ

   ଚିହ୍ନିଲେବି ଅନେକଙ୍କ ସମ୍ପର୍କତ ନଷ୍ଟ ।


   ଅଛି ଭାଇ ଏସହରେ ଏମିତିଆ ଘର

   ବାପପୁଅ ମିଶି ଯହିଁ ପିଅନ୍ତି ବିଅର ।

   ମାଆ ଝିଅ ଧୂମପାନ କରୁଥାନ୍ତି ମିଶି

   ମଦିରା ପିଅନ୍ତି ସାରା ପରିବାର ବସି ।


 ନିଶା ରାକ୍ଷସ ଜାଲରେ ଫସିଛି ସହର

ନିତି କୋଟି କୋଟି ଟଙ୍କା ହୁଏ କାରବାର।

ଗଞ୍ଜେଇ ଅଫିମ ମଦ‌ ଧବଳ ଜହର

ଉବୁଟୁବୁ ହେଉଅଛି ନିତି ଏ ସହର।


   ଏମିତି ସହର ଇଏ ଜାଣେକି ମନ୍ତର

   ଆପଣା ଲୋକଙ୍କୁ କରେ ପାଖରୁ ଅନ୍ତର।

  ତଥାପି ଓଡିଶା ସାରା ଲୋକ ଯେ ଭାବନ୍ତି

   ଭୁବନେଶ୍ବର ରେ ଖଣ୍ଡେ ଘର ମୁଁ କରନ୍ତି।


   ଗହୀର ବିଲକୁ ଏବେ ମାଡୁଛି ସହର

   ନଈ ପଠାରେ ବି ଏଠି ତୋଳା ହୁଏ ଘର।

    ବର୍ଷାଦିନେ ଘରେ ପସେ ପାଣିର ଯୁଆର 

    ବାଟ ଘାଟେ ପାଣି ଜମି ପାଲଟେ ସମୁଦ୍ର।


    ବାବା ମାନଙ୍କର ଏଠି ମହିମା ଅପାର

    ଅଛି ତେଣୁ ଏଠି କେତେ ଆଶ୍ରମ ତାଙ୍କର ।

   ବାପା ପାଇଁ ଯାଗା ନାହିଁ ରହିବାକୁ ଘର

    ବାବାଙ୍କ ପାଇଁକି ଗଢା ସୁନ୍ଦର ମନ୍ଦିର ।

 

ଆମ ଏ ଭୁବନେଶ୍ୱର ପ୍ରେମର ସହର

ପ୍ରେମକୁ ନେଇ ହୁଅଇ ନିଇତି ବେପାର ।

ମନ ଦିଆ ନିଆ ହୁଏ ଦେଖି ଲାଭ କ୍ଷତି

ଟଙ୍କା ରେ ତଉଲା ଯାଏ ଏଠି ପ୍ରେମ ପ୍ରିତି ‌।


ପ୍ରେମ ପକ୍ଷୀ ଉଡୁଥାନ୍ତି ହୋଇ ଧରାପରା

ଲାଜକି ସରମ ତାଙ୍କୁ ନଥାଏ ଟି ପରା

ବୁଝାମଣା ଉଣା ହେଲେ ବିଚ୍ଛେଦ ବିଷାଦ 

ବିଷାଦ ରୁ ଅବସାଦ ବଢେ ଅପରାଧ।


 ନାହିଁ ଏଠି ଭାଇଚାରା ଭାବର ଅଭାବ

ଏ ସହର ସାରା ଖାଲି ଦାଦାଙ୍କ ପ୍ରଭାବ।

ପୋଲିସ ଚାଲିଲେ ଭାଇ , ଡାଳେ ଡାଳେ ଏଠି

ପତ୍ରେ ପତ୍ରେ ଦାଗିମାନେ ବାଟ ଖୋଲିଥାନ୍ତି ।


   ନେତା ଅଭିନେତା କେତେ ଏଠି ରହୁଛନ୍ତି 

   ବାଟରେ ଘାଟରେ ଜମେ ନିତି ରାଜନୀତି ।

  ଆନ୍ଦୋଳନ ଗରଜନ ମାଟି ଦୁଲୁକଇ 

  ଘେରାଉ ବନ୍ଦ ଡାକରା ନିଇତି ହୁଅଇ।


ମନ୍ତ୍ରଣା ଯେମିତି ଏଠି ଯନ୍ତ୍ରଣା ସେମିତି

ଥରହର ସବୁବେଳେ ପାଦତଳ ମାଟି।

ସମସ୍ୟା ଘେରରେ ଏହି ସହର ବୁଡିଛି

  ତଥାପି ତା କଳେବର ନିତି ବଢୁଅଛି।।


Rate this content
Log in

Similar oriya poem from Abstract