Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ମାଟିରେ ମେଘର ଛାଇ

ମାଟିରେ ମେଘର ଛାଇ

2 mins
7



ମାଟି ରେ ମେଘ ର ଛାଇ

ଦୋଳି ଉଡିଯାଏ ଆକାଶ ଛୁଇଁ

ଆକାଶ ଛୁଇଁ ଲୋ 

ମନଛୁଆଁ ଗୀତ ଗାଇ 

ବଉଳ ଲୋ

ମନଛୁଆଁ ଗୀତ ଗାଇ -୧-


ସକାଳୁ ଉଛୁଳେ ଗାଧୁଆ ତୁଠ 

ଦୋଳିରେ ଝୁଲିବା ଗାଇବା ଗୀତ 

ଫୁଲେଇ ନାଇଛି ଖଣ୍ଡୁଆ ପାଟ

ଖଣ୍ଡୁଆ ପାଟ ଲୋ

ଚମକୁଛି ବାଟ ଘାଟ 

ବଉଳ ଲୋ

ଚମକୁଛି ବାଟ ଘାଟ -୨-


ଦିଗ ଚଉଦିଗ ହସେ

ପହିଲି ଆଷାଢ଼ ମେଘ ବରଷେ

ମେଘ ବରଷେ ଲୋ

ଭିଜା ମାଟି ଭାରି ବାସେ 

ବଉଳ ଲୋ

ଭିଜା ମାଟି ଭାରି ବାସେ -୩-


କଇଁଚି କାକୁଡ଼ି ପିତା ନଳିତା 

ମଥାରେ କୁଙ୍କୁମ ଚନ୍ଦନ ଚିତା

ଅଳସୀ ପାଦରେ ସରୁ ଅଳତା

ସରୁ ଅଳତା ଲୋ 

କଥା କହେ ଆଖିପତା 

ବଉଳ ଲୋ

କଥା କହେ ଆଖିପତା -୪-


ଘରେଘରେ ପୋଡ଼ ପିଠା

ସୁଆଦ ଯେମିତି ସେମିତି ମିଠା

ସେମିତି ମିଠା ଲୋ

ସାହି ସାରା ବଣ୍ଟାକୁଣ୍ଟା 

ବଉଳ ଲୋ

ସାହି ସାରା ବଣ୍ଟାକୁଣ୍ଟା -୫-


ଭାରି ସୁଆଦିଆ ଏ ରଜ ପାନ

ଖାଇବାକୁ ମନ ହୁଏ ଉଛ୍ଛନ 

ଲାଜ ଲାଜ ଭାରି କୁଆଁରୀ ମନ

କୁଆଁରୀ ମନଲୋ

ଛକି ଖୋଜୁଥାଏ ଶୁନ 

ବଉଳ ଲୋ

ଛକି ଖୋଜୁଥାଏ ଶୁନ -୬-


ଗଛରେ ବାଉଁଶ ଦୋଳି

କୋହଲା ପବନ କାଇଁଚ ମାଳି

କାଇଁଚ ମାଳି ଲୋ

ପ୍ରିତି ରଙ୍ଗ ବୋଳା ବୋଳି 

ବଉଳ ଲୋ

ପ୍ରିତି ରଙ୍ଗ ବୋଳା ବୋଳି -୭-


ଶଙ୍ଖ ବାଜୁ ଅଛି ଦୂରରୁ କାହିଁ 

ଭାର ଆସୁଅଛି କାହାର ସହି

ମିଠା ଫଳମୂଳ ମହକେ ସାହି

ମହକେ ସାହି ଲୋ

ନୁଆବୋହୂ ଥାଏ ଚାହିଁ 

ବଉଳ ଲୋ

ନୁଆବୋହୂ ଥାଏ ଚାହିଁ -୮-


ଲୁଡୁ ପାଲି ଡୁଡୁ ପଶା

କୁଆଁରୀ ଆଖିରେ ଆଖିଏ ନିଶା

ଆଖିଏ ନିଶା ଲୋ

ପ୍ରେମ ପକ୍ଷୀ ଖୋଜେ ବସା 

ବଉଳ ଲୋ

ପ୍ରେମ ପକ୍ଷୀ ଖୋଜେ ବସା -୯-


ପହିଲି ରଜକୁ ରଜ ସଂଙ୍କ୍ରନ୍ତି

ଗାଆଁ ମାଟି ସତେ ହାତ ଠାରେ ଟି 

ପରଦେଶୀ ସବୁ ଫେରି ଆସନ୍ତି

ଫେରି ଆସନ୍ତି ଲୋ

ରଜ ତିନିଦିନ ଛୁଟି 

ବଉଳ ଲୋ

ରଜ ତିନିଦିନ ଛୁଟି -୧୦-


ପାଚିଲା ଆମ୍ବ ପଣସ

ପରଦେଶୀଆ ର ମିଠା ପରଶ

ମିଠା ପରଶ ଲୋ

ନାଚଇ ମନ ଆକାଶ 

ବଉଳ ଲୋ

ନାଚଇ ମନ ଆକାଶ -୧୧-


ସାହି ବୁଲାବୁଲି ,ଦୋଳିରେ ଝୁଲି

ରାଗ ରୋଷ ସବୁ ଯିବା ଲୋ ଭୁଲି

ଦିନ ସାରା ଜମେ ତାଆସ ପାଲି

ତାଆସ ପାଲି ଲୋ

ପାନ ଖାଇ ପାଟି ନାଲି 

ବଉଳ ଲୋ

ପାନ ଖାଇ ପାଟି ନାଲି -୧୨-


ନୀଳ ନଈ ନୀଳ ଜହ୍ନ

ବଉଳ ଆଖିରେ ଆଖିଏ ସ୍ବପ୍ନ

ଆଖିଏ ସ୍ବପ୍ନ ଲୋ

ଦୋଳି ମାରେ କାମ ବାଣ 

ବଉଳ ଲୋ

ଦୋଳି ମାରେ କାମ ବାଣ -୧୩-


ଅପା ବର ଘର ହେଲାଣି ଖୋଜା

ଫୁଲ ରେ ତ ଦୋଳି ହୋଇବ ସଜା

ବର ଆସିବ ତା ସାଜି ତ ରାଜା

ସାଜି ତ ରାଜା ଲୋ

ବାଜିବ ମହୁରୀ ବାଜା

ବଉଳ ଲୋ

ବାଜିବ ମହୁରୀ ବାଜା-୧୪-


ଆଜି ଅଛି କାଲି ନାହିଁ

କୁଆଁରୀ କନିଆଁ କାଉଁରୀ ନଈ

କାଉଁରୀ ନଈ ଲୋ

ଖରା ସାଥେ ଖେଳେ ଛାଇ 

ବଉଳ ଲୋ

ଖରା ସାଥେ ଖେଳେ ଛାଇ -୧୫-


ନଈ ତ ଶୁଖିଲା ପଠାରେ ବାଲି

କବାଡି ଖେଳ ଲୋ ପଡେ ଉଛୁଳି 

ରଜ ଆସି ରଜ ଯାଏତ ଚାଲି

ଯାଏତ ଚାଲି ଲୋ

ସବୁ ଲାଗେ ଖାଲି ଖାଲି 

ବଉଳ ଲୋ

ସବୁ ଲାଗେ ଖାଲି ଖାଲି -୧୬-


କଅଁଳିଆ ଦୁବଘାସ

ରଜ ଦେଇ ଯାଏ ଅସରା ହସ

ଅସରା ହସ ଲୋ

ମନେ ରହେ ସାରା ବର୍ଷ 

ବଉଳ ଲୋ

ମନେ ରହେ ସାରା ବର୍ଷ -୧୭-



Rate this content
Log in

Similar oriya poem from Abstract