STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

"ଶଦ୍ଦ ସାଗର ତୀରେ"

"ଶଦ୍ଦ ସାଗର ତୀରେ"

1 min
333

ଖୋଜୁଛି ତୁମକୁ ତୁମ ହସକୁ

ତୁମ ହୃଦୟର ସ୍ପନ୍ଦନକୁ

ତୁମ ନୀଳ ନୟନକୁ

ଖୋଜୁଛି ମୁଁ ତୁମକୁ 

ମୋ ମନ ଓ ହୃଦୟରେ

ସ୍ମୃତି ହୋଇ ରହିଛି 

ତୁମ ହସ ଓ ଲୁହ

ମୋ ବୁକୁରେ

କେଉଁ କାଳୁ ସ୍ମୃତି ଚାରଣ କରୁଛି

ମୋ ମନ ଓ ହୃଦୟରେ

ସତେ କି ତୁମ ସେ ଶଦ୍ଦ ସମୂହ

ମୋ ହୃଦୟର ଗଭୀର ସାଗର ତୀରେ ।


ତୁମର ସେ ଖିଲି ଖିଲି ହସ

ତୁମ ଓଠର ସ୍ପର୍ଶ

ଓଠରୁ ତବ ନିର୍ଗତ 

ସୁନ୍ଦର ଶଦ୍ଦର ଧ୍ଵନି 

ସତେ ଅବା ମୋ ହୃଦୟେ

ନେଇ ଆସେ ମଧୁ ମାସ

ତୁମର ସେ ଶଦ୍ଦର ତୀରେ

ପ୍ରେମର ଜୁଆର ଉଠେ 

ମୋ ହୃଦୟରେ।

      

ପ୍ରୀତି ପ୍ରଣୟର ତୁମର

 ସେ ଶଦ୍ଦର ଜୁଆର

 ମୋ ମନ ଓ ପ୍ରାଣକୁ

 ଅଥୟ କରେ

 ଏ ହୃଦୟ ମୋ ତୁମକୁ

 ଦିବାନିଶି ଝୁରେ

 ପ୍ରୀତିର ପାଖୁଡା ମୋ

 ତୁମ ପ୍ରେମକୁ ଝୁରି ମରେ

 ତୁମ ଶଦ୍ଦର ସାଗର ତୀରେ

 ଜୀବନ ଓ ଜୀବିକା ମୋ

 ମନ ଓ ହୃଦୟକୁ ଉଦବେଳିତ କରେ

 ଆସ ଆସ ପ୍ରିୟା ମୋ'ର

 ମିଶି ଯିବା ଆସ ତୁମେ ଓ ମୁଁ

 ତୁମ ଶଦ୍ଦ ସାଗର ତୀରେ

 ତୁମ ପ୍ରୀତି ପ୍ରଣୟର 

 ଉତ୍ତାଳ ତରଙ୍ଗ ଜୁଆରେ

 ଯଦି ନ ଆସିବ ତୁମେ

ଜଳିବି ମୁଁ ତୁମ ଶଦ୍ଦର ତୀରେ।


 ନିତି ନିତି ଭାବଇ ମୁଁ ତୁମ କଥା

 ତୁମେ କି ବୁଝିବ ମୋ

 ହୃଦୟର ବ୍ୟଥା

 ମୋ ଜୀବନ ତୁମ ପାଇଁ ଶସ୍ତା

 ତୁମେ ମୋ ଗଳାମାଳି

 ମୋ ମନ ଓ ହୃଦୟର 

 ଦେବୀ ଓ ଦେବତା

 ମୁଁ ଆଜି ବି ଝୁରିମରେ

 ପ୍ରେମ ପାଇଁ ତବ ବିରହରେ

 ବିରହ ବେଦନା ମୋ'ର

 ତୁମ ହସ ଲୁହକୁ ଏବେ ବି

 ମୋ ହୃଦ ଝୁରେ

 ତବ ଶଦ୍ଦର ସାଗର ତୀରେ

 ଏ ପାଖେ ମୁଁ ସେ ପାଖେ ତୁମେ

 ଏ କଥାକୁ କି ବୁଝୁଛ ତୁମେ ତିଳେ ।


Rate this content
Log in

Similar oriya poem from Abstract