STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଖୋଲା ହେଲା ଚାରି ଦ୍ବାର

ଖୋଲା ହେଲା ଚାରି ଦ୍ବାର

1 min
10


ଖୋଲା ହେଲା ଚାରି ଦ୍ବାର ହେ ଭକତେ

ଖୋଲା ହେଲା ଚାରି ଦ୍ବାର

ଗହଳୀ ହେଉନି ଧାଡି ଲମ୍ବୁ ନାହିଁ 

ବଡ଼ଦାଣ୍ଡେ ଦୂରୁ ଦୂର।


ମହାପ୍ରଭୁଙ୍କର ଦରଶନ ପାଇଁ 

ନାହିଁ ଆଉ କଟକଣା

ସିଂହ ଦୁଆର ରେ ଭିଡ ଜମୁନାହିଁ

ହୁଏନି କେ ବାଟ ବଣା।


ଚାରି ଦ୍ବାର କଥା ବୁଝାଇ କୁହଇ

ଜୀବ କୁ ସେତ ପରମ

ଚାରି ଦ୍ବାର ଚାରି ଭାବର ପ୍ରତୀକ

ଅର୍ଥ କାମ ମୋକ୍ଷ ଧର୍ମ୍ ।


ସିଂହ ହାତୀ ବ୍ୟାଘ୍ର ଅଶ୍ବ ଦ୍ବାର ଭାବେ

ଚାରି ଦିଗେ ଚାରି ଦ୍ବାର

ଧରମ ର ସିଡି ଚଢି ଚଢି ଯାଇ

ଦେଖିବା କଳା ଠାକୁର।


ସାତ ପାହାଚ ର ତଳେ ସବୁ ଆସି

ଭକତ ହୁଅନ୍ତି ଠୁଳ 

ବଡ ଦେଉଳକୁ ପ୍ରବେଶ କରନ୍ତି

ହୋଇ ସବୁ ଦଳଦଳ।


ଦେଉଳ ଦୁଆରେ ବେତ ମାଡ଼ ଖାଇ

ଦେଉଳରେ ପ୍ରବେଶନ୍ତି

ଗରୁଡ଼ ପଛରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ 

ମନ ଭରି ଦେଖିଥାନ୍ତି।


ଉର୍ଦ୍ଧ ବାହୁ ହୋଇ ଗହଳୀ ରେ ଯାଇ

କରନ୍ତି ଦିଅଁ ଦର୍ଶନ 

କାଳିଆ ଆଖିରେ ଆଖିକୁ ମିଶାଇ

ହୋଇଥାନ୍ତି ଭକ୍ତେ ଧନ୍ୟ।


ଦେଉଳ ବାହାରେ ଦୀପଟିଏ ଜାଳି

ମନକଥା କହିଥାନ୍ତି 

ନୀଳଚକ୍ରେ ନେତ ପତିତ ପାବନ

ପ୍ରଣିପାତ କରିଥାନ୍ତି।


ବେଢ଼ା ପରିକ୍ରମା କରନ୍ତି ଭକତେ

ଦେଖନ୍ତି ଦେଉଳ ବୁଲି

ପାଟ ଅଗଣା ରେ ଦଣ୍ଡେ ବସି ଯାଇ 

ସବୁ ଦୁଃଖ ଯାନ୍ତି ଭୁଲି ।


ଆନନ୍ଦ ବଜାରେ ମହା ଆନନ୍ଦରେ 

ଭୁଞ୍ଜିଣ ମହାପ୍ରସାଦ 

ଶାନ୍ତି ମୁକତି ର ରେଣୁ ସାଉଁଟନ୍ତି

ଭଜିଣ ପରମାନନ୍ଦ।


ଯାର ମନ ଯେଉଁ ଦ୍ବାର ଦେଇ ଏବେ

ବେଢ଼ା ରୁ ବାହାରି ଥାନ୍ତି 

ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ଲୀଳା

ମନେ ମନେ ଘୋଷିଥାନ୍ତି।



विषय का मूल्यांकन करें
लॉग इन

Similar oriya poem from Abstract