STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

"ମୁଁ ବିବର୍ତ୍ତନ"

"ମୁଁ ବିବର୍ତ୍ତନ"

1 min
390

କିଏ କୁହେ ମୋତେ ସମୟ

କେ ମୋତେ କୁହଇ ମୁଁ କାଳ

କେ ନାମିତ କରେ ମୁଁ ମହାକାଳ

  ମୁଁ ଆଣେ ପରିବର୍ତ୍ତନ

  ମୁଁ ଆବର୍ତ୍ତନ

  ମୁଁ ପରିକ୍ରମଣ

  ମୁଁ ବିବର୍ତ୍ତନ ।


   କେତେବେଳେ ମୁଁ ଆଲୋକ

   କେବେ ପୁଣି ଅନ୍ଧକାର

   କେବେ କେବେ ମୁଁ ସତ୍ୟନିଷ୍ଠ

   କେବେ ପୁଣି ସାଜେ ଭ୍ରଷ୍ଟ

   କେ କୁହେ ମୁଁ ସ୍ଵଛାଚାରୀ

   କେ ପୁଣି କୁହେ ମୁଁ ଇଛାଧାରୀ

   କେ ନାମିତ କରେ ମୁଁ ଅହଂକାରୀ

   ମୁଁ ସମସ୍ୟା ମୁଁ ସମାଧାନ

   ମୁଁ ସ୍ଵାଧୀନ ମୁଁ ପରାଧୀନ

   ମୁଁ ସୃଷ୍ଟିର ଗୁପ୍ତ ନିୟମ

   ମୁଁ ବିକାଶ ଓ ବିନାଶର

   କରଇ ସୃଜନ

   ମୁଁ ସୃଷ୍ଟିର ମହାଜାଗତିକ ନିୟମ

   ମୁଁ ବିବର୍ତ୍ତନ ।


  ସୃଷ୍ଟିର ଆଦି ଅନ୍ତରେ ସବୁରେ

  ଆଣିଥାଏ ମୁଁ ପରିବର୍ତ୍ତନ

  ମୁଁ ବିଶ୍ଵାସ ଅବିଶ୍ବାସ ମଧ୍ୟେ

  କରୁଥାଏ ସଭିଙ୍କ ମନେ କେବଳ ଘୂର୍ଣ୍ଣନ

  କେବେ ସାଜେ ମୁଁ ଭଗବାନ

   କେବେ ସାଜି ଥାଏ ସଇତାନ

   କେବେ ମୁଁ ଯୁଦ୍ଧିଷ୍ଠିର ତ

   କେବେ ପୁଣି ଦୁର୍ଯ୍ୟୋଧନ

   ପରିବେଶ ଓ ପରିସ୍ଥିତି କୁ ନେଇ

   କରିଥାଏ ମୁଁ ମୋ ଚଳନ

   ମୁଁ ଅତୀତ, ମୁଁ ଭବିଷ୍ୟତ, ମୁଁ ହିଁ ବର୍ତ୍ତମାନ

   କିଏ କୁହେ ମୋତେ ସମୟ

   କେ ମୋତେ କୁହଇ କାଳ

   କେ ନାମିତ କରେ ମୁଁ ମହାକାଳ

   ମୁଁ ଆଣେ ପରିବର୍ତ୍ତନ

   ମୁଁ ଆବର୍ତ୍ତନ

   ମୁଁ ପରିକ୍ରମଣ

   ମୁଁ ବିବର୍ତ୍ତନ ।


  ସୃଷ୍ଟି ସ୍ଥିତି ପ୍ରଳୟର ମୁଁ ହିଁ କାରଣ

  ମୁଁ ରାତି ମୁଁ ହିଁ ଦିନ

  ମୁଁ ଆଦି ଅନାଦି

  ମୁଁ ଅନ୍ତ ମୁଁ ହିଁ ଅନନ୍ତର ଉଦାହରଣ

  ମୁଁ ଯୁଗ, ମୁଁ କଳ୍ପ, ମୁଁ ମହାକଳ୍ପ

  ଦେଶ, ସମାଜ ବିଶ୍ଵେ ଚାଲେ

  ମୋ'ର ନୀତି ନିୟମ ମାନ

  ମୁଁ ହିଁ ସକଳ ସୃଷ୍ଟି ର ସ୍ରଷ୍ଟା

  ସକଳ ବିଧି ବିଧାନ

  ନୀତି ଆଦର୍ଶ‌‌‌ ର କରେ ନିର୍ଦ୍ଧାରଣ

  ସକଳ ଜୀବଜଗତକୁ କରେ ଚଳମାନ

  କିଏ କୁହେ ମୋତେ ସମୟ

  କେ ମୋତେ କୁହଇ କାଳ

   କେ ନାମିତ କରେ ମୁଁ ମହାକାଳ

   ମୁଁ ଆଣେ ସୃଷ୍ଟିର ପରିବର୍ତ୍ତନ

   ମୁଁ ଆବର୍ତ୍ତନ

   ମୁଁ ପରିକ୍ରମଣ

    ମୁଁ ବିବର୍ତ୍ତନ ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract