Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirupama Dehuri

Abstract

4  

Nirupama Dehuri

Abstract

ଏକାକୀ ଜୀବନ

ଏକାକୀ ଜୀବନ

1 min
377


ହୀନ କର୍ମ ବିହିବାମ

ଦାରୁଣ ଜୀବନ ବୃଥା ପ୍ରୟାସ

କର୍ମ ଉଦ୍ ଯୋଗ ନିଷ୍ଫଳ ନିଷ୍କାମ

ହା ହତାଶା ଦୁଃସହ ସ୍ବପ୍ନର ତାଜମହଲ

ମାଟି ତଳର ଘାସ 

ବାରମ୍ବାର ଦଳିତ ମଣିଷର ପଦାଘାତେ

ଗାଈ ଗୋରୁଙ୍କ ପାକୁଳିରେ ।


ଅବଶୋଷ ଜୀବନ

ହା ଅନ୍ନର କରୁଣ ସଂଘର୍ଷ

ମୁମୁର୍ଷୁ ଅବହେଳିତ

ଶୈଶବ ଠାରୁ ଯୋୖବନ

ଅତୀତ ବେଦନାଶକ୍ତ ଯନ୍ତ୍ରଣା ଦାୟକ

ବର୍ତ୍ତମାନ ଘୋର ଅନ୍ଧକାର ବରଫାବୃତ

ଆଉ ଭବିଷ୍ୟତ ମରୁର ମରିଚିକା ।


ସ୍ବପ୍ନର ନାହିଁ ରୂପ ରେଖା

ଏ କ'ଣ ଜୀବନ ଶ୍ରାବଣର ଘନଘଟା 

ଝଡ ଘୂର୍ଣ୍ଣିବାତ୍ଯା ଅସଜଡା ଜୀବନ

ବଞ୍ଚିବା ଦୁଃସହ ଏକାକୀତ୍ବ ପଣ ।


ଅନ୍ତରର ଦୁ‍ଃଖ ଯାତନା ପଶ୍ଚାତାପ

ସାମଗ୍ରିକ ଜୀବନର ଅଶ୍ଳେଷା

କୋହର ପରିପ୍ରକାଶ ଅଜ୍ଞାନତାର

ପରିପନ୍ଥୀ ସାମଞ୍ଜସ୍ୟର ଅଭାବ

ପରିପୃଷ୍ଟ ଜୀବନ ।


ପାଉଁଶ ତଳର ନିଆଁ

ଦୃଷ୍ଟି ପଥାରୁଢ ହେଲେ

ଜାଳି ଦିଏ ସର୍ବସ୍ବ

କଳଙ୍କର କାଳିମା ଅପାରଗ ପଣିଆ

ବ୍ଯର୍ଥ ଜୀବନ ମୂଲ୍ୟହୀନ

ଆଦର୍ଶର ବର୍ଣ୍ଣନା ।


ସମଷ୍ଟି ଗତ ଜୀବନୁ ବିଛିନ୍ନ

ଏକାକିତ୍ବ ପଣିଆ 

ଆକାଶ ନୀଳିମା

ସମୁଦ୍ରର ଅମାନିଆ ପଣିଆ

ବୃକ୍ଷର ସବୁଜିମା ଚମକହୀନ ।


ବିଚିତ୍ର ମଣିଷ କେବେ ଆପଣାର

ପୁଣି କେବେ ବହୁଦୂର 

ସଂପର୍କ ରକ୍ତର ଦ୍ୱାହି ଦିଏ

କିଏ ନିଜ କିଏ ପର ।


ଅଡ଼ୁଆ ଖିଅ ପରି               

ଆବଡା ଖାବଡା

ଶେଷ ପର୍ଯ୍ୟନ୍ତ ସଜାଡି

ପୁଣି ଅସଜଡା ବୃଥା ପ୍ରୟାସ

ପାରିବାର ସଫଳତା ହୀନ

ଜୀବନ ବିସ୍ମୟ ପାଦ ଚିହ୍ନ ।


ଆନ୍ଦୋଳିତ ମନଗହନ

ଭାଇ ଚିରଶତ୍ରୃ ମହାଭାରତ

ରାମାୟଣ ରେ ବି

ନାହିଁ ସମାଧାନ

ଏଇତ କଳି କାଳ

ତ୍ରେତା ଦ୍ବାପରେ ପ୍ରମାଣ ।



Rate this content
Log in

Similar oriya poem from Abstract