ଷଣ୍ଢଟିଏ ମୋତେ କରିଦିଅ ପ୍ରଭୁ
ଷଣ୍ଢଟିଏ ମୋତେ କରିଦିଅ ପ୍ରଭୁ
ଭକ୍ତଟିଏ ଦିନେ ପ୍ରଭୁଙ୍କ ଚରଣେ
କରୁଅଛି ନିବେଦନ
ଷଣ୍ଢଟିଏ ମୋତେ କରିଦିଅ ପ୍ରଭୁ
ସୁଖରେ ଯିବ ଜୀବନ ।
ନାହିଁ ଦରକାର ମୋ ଘର ଦୁଆର
ଜଗତ ଯାକ ମୋ ଘର
ଝିନଝଟ ନାହିଁ ଛୁଆ ପିଲାଙ୍କର
ସବୁ ଛୁଆ ହେବେ ମୋର ।
ଚାଷିବାକୁ ବିଲ ନାହିଁ ଦରକାର
ସବୁ ତ ଫସଲ ମୋର
ମନ ଇଛା ମୁହିଁ ପସନ୍ଦରେ ଖାଇ
ଶୋଉଥିବି ଛାଇ ତଳ ।
ଚିନ୍ତା ଦକା ନାହିଁ ବେକେ ପଘା ନାହିଁ
ମନ ଇଛା ବୁଲୁଥିବି
ଶିବଙ୍କ ବାହାନ ଅଟେ ମୋର ନାମ
ଲକ୍ଷେ ମୁଣ୍ଡିଆ ପାଇବି ।
ତଥାସ୍ତୁ କହିଲେ ପ୍ରଭୁ ଭଗବାନ
ତୁମ ଇଛା ହେବ ପୂର୍ଣ୍ଣ.
ଭଲ ମନ୍ଦ କଥା ଜଣାଉ ଥିବୁଟି
&nbs
p;ପାଇଲେ ଷଣ୍ଢ ଜନମ ।
ଷଣ୍ଢ ଜନମଟି ପାଇଲା ଭକ୍ତଟି
ରହିଲା ମୁନିବ ଘରେ
ମୁନିବ ତାହାକୁ ଶିବ ଠାକୁରଙ୍କୁ
ଅର୍ପିଦେଲା ପାଦ ତଳେ ।
ସ୍ୱାଧୀନ ହୋଇଲା ଷଣ୍ଡଟି ଏଥର
ଖୁସି କହିଲେ ନ ସରେ
ଦି ହାତେ ଯାଇଛି ବଡ଼ ଷଣ୍ଢଟିଏ
ଶିଙ୍ଗେ କଚାଡିଲା ତଳେ ।
ଦଉଡି ପଳାଇ ଆସିଲା ସେଠାରୁ
ଭୋକ ହେଲା ଅସମ୍ଭାଳ
ଖୁସି ମନେ ପଶି ଖାଇଲା ଫସଲ
ପିଠିରେ ଠେଙ୍ଗା ପାହାର ।
ସଞ୍ଜ ହୋଇଗଲା ନିଦରେ ଶୋଇଲା
ଆସିଲା ଅଦିନ ବର୍ଷା
ତିନ୍ତି ତିନ୍ତି ତାର ଦେହ ଥରିଲାଣି
ଅଥୟ କଲେଣି ମଶା ।
ସକାଳୁ ସେ ଯାଇ ପ୍ରଭୁଙ୍କୁ କୁହଇ
ଯୋଡି କର ଶ୍ରୀ ପୟର
ଫେରାଇ ନିଅ ହେ ଷଣ୍ଢ ରୂପ ମୋର
ଯାହା ଥିଲି ତାହା କର ।