STORYMIRROR

Jyotsnarani Panda

Fantasy Inspirational

4  

Jyotsnarani Panda

Fantasy Inspirational

ଷଡ଼ଯନ୍ତ୍ର

ଷଡ଼ଯନ୍ତ୍ର

1 min
367


ହୃଦ ସାଥେ ହୃଦ ମିଶିଗଲା ପରେ 

   ଭାବଟିଏ ଜନ୍ମ ନିଏ 

ଆନ୍ତରିକତା ଓ ଅନୁରାଗ ଆଙ୍କି 

   ସମ୍ପର୍କଟେ ଗଢାହୁଏ ।। 


କୁଳୁକୁଳୁ ହୋଇ ସମ୍ପର୍କ ଝରଣା 

  ନିରନ୍ତର ଵହୁଥାଏ 

ସାମାନ୍ୟ ଛଳନା ସ୍ଵାର୍ଥର ଭାଵନା 

   ତା' ଗତିକୁ ରୋଧିଦିଏ ।। 


ସରଳ ବିଶ୍ୱାସୀ ଯେ ଅଣନିଃଶ୍ବାସୀ 

  ମିଠାମିଠା ସମ୍ଭାଷଣେ 

ଷଡ଼ଯନ୍ତ୍ର ଏକ ପୂର୍ଵୁ ରଚା ବୋଲି 

   କେମିତି ଅଵା ସେ ଜାଣେ ।। 


ସମ୍ପତ୍ତି, କ୍ଷମତା ଲୋଭରୁ ମିତ୍ରତା 

   ଶତ୍ରୁତାରେ ପରିଣତ 

କୁତ୍ସିତ କାମନା ଵିଷୟ ଵାସନା 

   ରହିଲେ ବନ୍ଧୁତ୍ୱ ମୃତ ।। 


ଦ୍ଵାପର ସମୟେ ଭାଇ ଭାଗ ପାଇଁ 

  କୌରବ ପାଣ୍ଡଵେ ଯୁଦ୍ଧ 

ମାତୁଳ ଶକୁନି ମିଶି ମହାମାନୀ 

  ଜଉଘରେ କଲେ ମୁଦ୍ଦ ।। 


ସପ୍ତରଥୀ ମିଶି ଅଭିମନ୍ୟୁ ପାଇଁ 

   ରଚିଥିଲେ ଚକ୍ରବ୍ୟୁହ 

ଫେରିବାର ପଥ ନ ପାଇ ବାଳୁତ 

  ଅଳ୍ପାୟୁଷେ ହେଲା ଦାହ ।। 


କୁରୁରାଷ୍ଟ୍ର ରାଣୀ ଦ୍ରୁପଦ ନନ୍ଦିନୀ 

   ବିବସ୍ତ୍ର ଯେ ସଭାସ୍ଥଳେ 

ପୂର୍ବ ଯୋଜନାରୁ ହାରିଲେ ଯୁଜେଷ୍ଟି 

  କପଟର ପଶାଖେଳେ ।। 


ଅନ୍ୟାୟ ଅସତ୍ୟେ ପାଞ୍ଚୁଥିଲେ ମନ୍ଦ 

  ହୁଏନା ସେ ଫଳପ୍ରଦ 

ଲୀଳାମୟଙ୍କର ସୁଦର୍ଶନ ଚକ୍ରେ 

   ନିଶ୍ଚେ ହୋଇଯିବ ରଦ୍ଦ ।। 


ଵନ୍ଧୁତା ବାନ୍ଧିବା ଆଗରୁ ପରଖ 

    ଆଚରଣ ଉଚ୍ଚାରଣ 

ଜାତି କୁଳ ଗୋତ୍ର ନଦେଖି ଯେ ମିତ୍ର 

   ଭବିଷ୍ୟତେ ହଇରାଣ ।।


ମାନଵ ତ ଏଠି ଦାନଵ ହେଲେଣି 

   ହିଂସ୍ର ପଶୁଠାରୁ ହୀନ 

ନିର୍ଦ୍ଦୟ ନିଷ୍ଠୁର ତାଙ୍କ ଅତ୍ୟାଚାର 

   କ୍ଷଣେ ନିଅନ୍ତି ଜୀବନ ।। 


ଯେତିକି ସତର୍କ ସେତେ ସାବଧାନ 

   ହେଲେ ତୁମେ ତିଷ୍ଠି ଯିବ 

ହାତେ ମାପି ଚାରି ଆଙ୍ଗୁଳି ଚାଲିଲେ 

   ଵିପଦ ଵାହୁଡିଯିବ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy